Latest Odisha News

ଓଡ଼ିଶାର ୪୪ ପ୍ରତିଶତ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା, ବିଜେଡିରେ ସର୍ବାଧିକ: ଏଡିଆର୍

ଭୁବନେଶ୍ୱର: ଓଡ଼ିଶାର ୪୪ ପ୍ରତିଶତ ବିଧାୟକଙ୍କ ନାଁରେ ଅପରାଧିକ ମାମଲା ରହିଛି । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ (ADR) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ଓଡ଼ିଶାର ୧୪୫ ବିଧାୟକଙ୍କ ମଧ୍ୟରୁ ୬୪ ଜଣ ସେମାନଙ୍କ ନାଁରେ ଅପରାଧିକ ମାମଲା ଥିବା ସତ୍ୟପାଠ ଦେଇଛନ୍ତି । ୬୪ରୁ ୪୬ ଜଣଙ୍କ ବିରୋଧରେ ରହିଛି ସଙ୍ଗୀନ ମାମଲା ।

ଯେଉଁମାନଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ମହିଳା ହିଂସା ଭଳି ସଙ୍ଗୀନ ଅଭିଯୋଗ ରହିଛି । ୨ ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା ହୋଇଥିବା ବେଳେ ୧୧ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ରହିଛି । ୧୨ ଜଣ ବିଧାୟକଙ୍କ ବିରୋଧରେ ମହିଳା ହିଂସା ନେଇ ମାମଲା ହୋଇଥିବା ବେଳେ ଜଣଙ୍କ ବିରୋଧରେ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ରହିଥିବା ଏଡିଆର୍ ରିପୋର୍ଟରେ ଦର୍ଶାଯାଇଛି ।

ଶାସକ ବିଜେଡିର ୧୧୩ ବିଧାୟକଙ୍କ ମଧ୍ୟରୁ ୪୫ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବେଳେ ୩୨ ଜଣଙ୍କ ନାଁରେ ଗୁରୁତର ଅଭିଯୋଗ ରହିଛି । ଏଡିଆର୍ ରିପୋର୍ଟ ଅନୁସାରେ, ଡିଏମକେର ୭୫ ପ୍ରତିଶତ ବିଧାୟକ ନାଁରେ ଅପରାଧିକ ମାମଲା ରହିଥିବା ବେଳେ ଆରଜେଡିର ୭୪ ଓ ସମାଜବାଦୀ ପାର୍ଟିର ୬୪, ବିଜେପିର ୪୬ ଓ କଂଗ୍ରେସର ୩୫ ଜଣ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା ।

ଶାସକ ବିଜେଡିର ୧୧୩ ବିଧାୟକଙ୍କ ମଧ୍ୟରୁ ୩୩ ଜଣ ସ୍ନାତକୋତ୍ତର ପାଠ ପଢ଼ିଥିବା ବେଳେ ୪୮ ଜଣ ସ୍ନାତକ ପଢ଼ିଛନ୍ତି । ୩୨ ଜଣ ୫ରୁ ଦ୍ୱାଦଶ ଯାଏ ପଢ଼ିଥିବା ରିପୋର୍ଟରେ ପ୍ରକାଶ ପାଇଛି ।

Leave A Reply

Your email address will not be published.