ନୂଆଦିଲ୍ଲୀ: ସାହାରା ଜମାକାରୀଙ୍କ ପାଇଁ ଖୁସି ଖବର । ସାହାରାରେ ଟଙ୍କା ଜମା କରିଥିବା ହିତାଧିକାରୀ ଫେରି ପାଇବେ ନିଜ ନିଜ ଟଙ୍କା । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସାହାରା ରିଫଣ୍ଡ ପୋର୍ଟାଲର ଲଞ୍ଚ କରିଛନ୍ତି ।
ଆଜି ଦିଲ୍ଲୀର ଅଟଳ ଉର୍ଜା ଭବନରେ ଗୃହମନ୍ତ୍ରୀ ଅମିତ ଶାହ ଏହି ରିଫଣ୍ଡ ପୋର୍ଟାଲ ଲଞ୍ଚ କରିଛନ୍ତି । ସାରା ଦେଶରେ ଲକ୍ଷ ଲକ୍ଷ ଲୋକ କୋଟି କୋଟି ଟଙ୍କା ସାହାରା ଇଣ୍ଡିଆରେ ଜମା କରିଥିଲେ । ଏହି ପୋର୍ଟାଲ ଲଞ୍ଚ ହେବା ପରେ ନିବେଶକଙ୍କ ମନରେ ପୁଣି ଆଶାର ସଞ୍ଚାର ହୋଇଛି । ସେମାନେ ଟଙ୍କା ଫେରି ପାଇବାର ସମ୍ଭାବନା ଦେଖା ଦେଇଛି ।
ପୋର୍ଟାଲ ଲଞ୍ଚ କରିବା ସମୟରେ କେନ୍ଦ୍ର ମନ୍ତ୍ରୀ ଅମିତଶାହ କହିଛନ୍ତି, ଏହା ଦ୍:ାରା ପାଖାପାଖି ୪ କୋଟି ଲୋକ ପ୍ରାଥମିକ ସ୍ତରରେ ଫାଇଦା ପାଇ ପାରିବେ । ଏହି ସାହାରା ରିଫଣ୍ଡ ପୋର୍ଟାଲ ସହାୟତାରେ ୫ ହଜାର କୋଟି ଟଙ୍କା ନିବେଶକଙ୍କୁ ଫେରାଇ ଦିଆଯିବ । ସେ ଆହୁରି କହିଥିଲେ,ଦୀର୍ଘ ବର୍ଷ ସାହାରାକୁ ନେଇ କୋର୍ଟରେ କେସ ଚାଲିଲା । ନରେନ୍ଦ୍ର ମୋଦି ସରକାର ନିବେଶକଙ୍କ ହିତ ପାଇଁ ପ୍ରଥମ ଥର ପାଇଁ ରିଫଣ୍ଡ ପୋର୍ଟାଲ ଜରିଆରେ କରୁଛନ୍ତି । ଯେଉଁମାନେ ଏଥିରେ ଟଙ୍କା ଜମା କରିଛନ୍ତି ସେମାନଙ୍କ ଟଙ୍କା କେହି ନେଇ ପାରିବେ ନାହିଁ ।
ଏହି ରିଫଣ୍ଡ ପୋର୍ଟାଲରେ ସେହି ନିବେଶକଙ୍କ ଟଙ୍କା ଫେରସ୍ତ ମିଳିପାରିବ, ଯେଉଁମାନଙ୍କ ନିବେଶର ମ୍ୟାଚୁରିଟି ପୂରା ହୋଇ ଯାଇଛି । ଏହି ପୋର୍ଟାଲରେ ନିବେଶକ ତାଙ୍କ ନାମ ପଞ୍ଜୀକୃତ କରିବେ । ଭେରିଫିକେଶନ ପରେ ତାଙ୍କ ଟଙ୍କା ଫେରସ୍ତର ପ୍ରକ୍ରିୟା ଆରମ୍ଭ ହେବ । ନିବେଶକଙ୍କ କାଗଜପତ୍ର ସହାରା ଗ୍ରୁପ ସମିତି ଦ୍:ାରା ୩୦ ଦିନ ମଧ୍ୟରେ ଯାଞ୍ଚ କରାଯବ ।
ଏହା ପରେ ଅନଲାଇନରେ କ୍ଲେମ କରିବାର ୧୫ ଦିନ ଭିତରେ ଏସଏମଏସ ଜରିଆରେ ନିବେଶକଙ୍କୁ ସୂଚିତ କରି ଦିଆଯିବ । ଏହା ପରେ ବ୍ୟାଙ୍କ ଖାତାକୁ ଟଙ୍କା ଆସିଯିବ ।ଏହି ପ୍ରକ୍ରିୟା ପାଇଁ ଅତି କମରେ ୪୫ ଦିନ ଲାଗିବ । ୪୫ ଦିନ ପରେ ନିବେଶକଙ୍କୁ ତାଙ୍କ ଟଙ୍କା ଫେରସ୍ତ ମିଳିବ ।
ଯାହା ବି ହେଉ, ଏହି ପୋର୍ଟାଲ ଲଞ୍ଚ ହେବାପରେ ସାହାରା ନିବେଶ କରିଥିବା କୋଟିକୋଟି ଲୋକଙ୍କୁ ଆଶ୍:ସ୍ତି ମିଳିଛି । ତେବେ ପ୍ରଥମେ ନିବେଶକଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ ତାଙ୍କର ଟଙ୍କା କେଉଁ କୋପରେଟିଭରେ ଲାଗିଛି । ତା’ ପରେ ସେ ତାଙ୍କର କାଗଜପତ୍ର ଏକାଠି କରିବେ ।
BREAKING NEWS
- ଶିଶୁକନ୍ୟାକୁ ମାରି ମାଆ ଫେରାର !
- ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବନ୍ଧବାହାଲ ସେକ୍ସନ ଫରେଷ୍ଟର
- Barrage: ବୈତରଣୀ ନଦୀରେ ନିର୍ମାଣ ହେବ ବ୍ୟାରେଜ୍: ମୁଖ୍ୟମନ୍ତ୍ରୀ
- ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲି ପଡିଛି ପଦବୀ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର
- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ନନ୍ଦନକାନନକୁ ସୁରଟରୁ ଆସିଲେ ନୂଆ ଅତିଥି
- ‘୨୦୨୬ରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ମମତା ବାନାର୍ଜୀ’
- ଖସିଲା ରେପୋ ରେଟ୍; ଏଣିକି ଶସ୍ତା ହେବ ଇଏମଆଇ
- Police SI Exam Scam: ସିବିଆଇର ପ୍ରଥମ ଆକ୍ସନ, ଦୀଘା ମଡେଲ୍ର ମାଷ୍ଟରମାଇଣ୍ଡ ଗିରଫ
- ସହପାଠୀଙ୍କୁ ନିର୍ଯାତନା ଅଭିଯୋଗରେ ଭିସୁଟ ଛାତ୍ର ଗିରଫ
- Putin pays tribute to Mahatma Gandhi : ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍
Comments are closed.