ଫ୍ରାନ୍ସ: ଜଣେ ମହିଳା ନିଜ ସାଙ୍ଗ ସହିତ ଛାତରେ ବସି କଫି ପିଉଥିଲେ । ଏହି ସମୟରେ ଆକାଶରୁ ହଠାତ୍ ଏକ କଳାପଥର ତାଙ୍କ ଉପରେ ପଡ଼ିଥିଲା । ଫଳରେ ସେ ଆହତ ହେବା ସହ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବୋଧହୁଏ କେହି ଏହାକୁ ତାଙ୍କ ଉପରକୁ ଫୋପାଡିଛନ୍ତି ଭାବି ସେ ଚାରିପଟକୁ ବୁଲି ଦେଖିଲେ । ହେଲେ କାହାକୁ ପାଇଲେ ନାହିଁ । ପରେ ଏହି ପଥରକୁ ବିଶେଷଜ୍ଞମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ।
ଏହି ରହସ୍ୟମୟ ଘଟଣା ଫ୍ରାନ୍ସରେ ଦେଖିବାକୁ ମିଳିଛି । ମହିଳା ଜଣକ ଫ୍ରାନ୍ସର ଏକ ଖବରକାଗଜକୁ କହିଥିଲେ ଯେ , ଦିନେ ମୋର ବନ୍ଧୁ ଏବଂ ମୁଁ ଛାତ ଉପରେ ବସି କଫି ପିଉଥିଲୁ । ହଠାତ ମୋ ଉପରକୁ ପଥର ପରି କିଛି ଜିନିଷ ଖସିଥିଲା । ମୁଁ ଭାବିଲି ଏହା ବାଦୁଡ଼ି ହୋଇଥିବ । ପାଖରୁ ଦେଖିବା ପରେ ଏହା ଏକ କଳା ପଥର ଖଣ୍ଡ ଥିଲା । ଏହା କେବଳ କୌଣସି ଅସାମାଜିକ ଯୁବକଙ୍କ କାର୍ଯ୍ୟ ବୋଲି ଭାବିଲି । ହେଲେ ସେଠାରେ କେହି ଆଖପାଖରେ ନଜର ଆସି ନ ଥିଲେ । ପରେ ଏହି ପଥର ଖଣ୍ଡକୁ ଯତ୍ନର ସହିତ ରଖିବା ସହ ଯାଞ୍ଚ ବି କଲି ।
ସେ ଏହି ପଥର ଖଣ୍ଡକୁ ଭୂବିଜ୍ଞାନୀ ଥିଏରି ରେବମ୍ୟାନ୍ଙ୍କୁ ଦେଖାଇଲେ । ସେ ଏହା ସ୍ପଷ୍ଟ କରିଛନ୍ତି ଯେ, ଏହା ମେଟେରାଇଟ୍ ଲୁହା ଖଣ୍ଡ ଏବଂ ସିଲିକନରେ ତିଆରି । ଏହା ଏକ ବିରଳ ଜିନିଷ ନୁହେଁ । ତେବେ ମଣିଷ ଉପରେ ପଡ଼ିବା ନିଶ୍ଚିତ ଭାବରେ ଏକ ବିରଳ ଘଟଣା । ସାଧାରଣତଃ ଏପରି ହୋଇ ନ ଥାଏ । ଏହା ସିଧାସଳଖ ଭୂମିରେ ପଡ଼ିବା ପରେ ମେଟେରାଇଟ୍ ଅନ୍ୟ ଉପାଦାନ ସହିତ ମିଶ୍ରଣ ହୋଇଯାଏ । ଯଦି ଏହା ମରୁଭୂମିରେ ପଡ଼େ ତାହା ସହଜରେ ମିଳାଇ ପାରେ ନାହିଁ । ଏଗୁଡ଼ିକ ହେଉଛି ସ୍ପେସ୍ ପଥର, ଯାହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ପୃଥିବୀରେ ଖସି ପଡ଼ନ୍ତି । ଏକ ଅନୁସନ୍ଧାନ ଅନୁଯାୟୀ, ପ୍ରତିଦିନ ପ୍ରାୟ ୫୦ ଟନ୍ ମେଟେରାଇଟ୍ ପୃଥିବୀ ଉପରେ ପଡ଼ିଥାଏ । କିନ୍ତୁ ଆମେ କେବଳ କିଛି ଦେଖିପାରୁ ।
Comments are closed.