ଢ଼ାକା: ଦକ୍ଷିଣ-ପଶ୍ଚିମ ବାଙ୍ଗଲାଦେଶର ଝାଲାକାଠି ଛତ୍ରକୋଣ୍ଡା ନିକଟରେ ଭୟଙ୍କର ବସ୍ ଦୁର୍ଘଟଣା। ପୋଖରୀକୁ ଖସିଗଲା ବସ୍। ଦୁର୍ଘଟଣାରେ ୩ ଶିଶୁ ସମେତ ୧୭ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଆବଶ୍ୟକ ଠାରୁ ଅଧିକ ଯାତ୍ରୀ ଥିବାରୁ ଭାରସାମ୍ୟ ହରାଇ ପୋଖରୀକୁ ଖସିଯାଇଥିବା କୁହାଯାଉଛି। ୬୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଭଣ୍ଡାରିଆ ଉପ-ଜିଲ୍ଲା ଠାରୁ ଦକ୍ଷିଣ-ପଶ୍ଚିମ ବିଭାଗର ମୁଖ୍ୟାଳୟ ବରିସାଲକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ପୋଲିସ କହିଛି। ଏହି ଘଟଣାରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୧୭ ଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ କ୍ରେନ ସାହାଯ୍ୟରେ ପୋଖରୀରୁ ବସ୍ ବାହାର କରାଯାଇଛି।
ପ୍ରବଳ ବର୍ଷା ଯୋଗୁଁ ପୋଖରୀରେ ପାଣିରେ ଅଧିକ ରହିଛି। ମୃତକଙ୍କ ମଧ୍ୟରେ ୩ ଶିଶୁ ଏବଂ ୮ ମହିଳା ଥିବା ପୋଲିସ ସୂଚନା ଦେଇଛି। ଆହତ ଯାତ୍ରୀ ଝାଲାକାଠିର ମୁଖ୍ୟ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
Comments are closed.