Latest Odisha News

BREAKING NEWS

କଂଗ୍ରେସରେ ମିଶିଲେ ଚାରି ପୂର୍ବତନ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବଳ ଯୋଗଡୁଛି କଂଗ୍ରେସ । ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ଚାରି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ । ସେମାନେ ହେଲେ ଅବସରପ୍ରାପ୍ତ ପୂର୍ବତନ ଆଇଏଏସ୍ ଅଧିକାରୀ ପଞ୍ଚାନନ ଦାଶ ଏବଂ ବିଶ୍ୱନାଥ ଆଚାର‌୍ୟ୍ୟ, ପୂର୍ବତନ ଓଏଏସ୍ ଅଧିକାରୀ ରବିନ୍ଦ୍ର ନାଥ ମିଶ୍ର ଏବଂ ଉଦ୍ଧବ କର । ଏହି ୪ ପୂର୍ବତନ ଅଧିକାରୀ ଓପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ରାଜ୍ୟ ପ୍ରଭାରୀ ଚେଲାକୁମାରଙ୍କ ଉପସ୍ଥିତିରେ ରବିବାର ଦିନ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ମିଳନ ସମାରୋହରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ମଧ୍ୟ ଉପସ୍ଥିତି ଥିଲେ । ଅବସରପ୍ରାପ୍ତ ଆଇଏଏସ ବିଜୟ ପଟ୍ଟନାୟକ ଗତ ଫେବ୍ରୁଆରୀରେ କଂଗ୍ରେସରେ ସାମିଲ ହୋଇଥିଲେ ।
କଂଗ୍ରେସର ଏକ କାର‌୍ୟ୍ୟକାରିଣୀ ବୈଠକ ଗତକାଲି ବସିଥିଲା । ଆଗାମୀ ଦିନରେ କିଭଳି ନିର୍ବାଚନ ଲଢିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ବିଜେପି ଓ ବିଜେଡିକୁ କଡା ଜବାବ ଦେବା ତଥା ଲୋକଙ୍କ ସମସ୍ୟା ବୁଝି ନିକଟତର ହେବା ପାଇଁ ଦଳ ନିଷ୍ପତ୍ତି ନେଇଥିଲା । କାଲିର ବୈଠକ ପରେ ଆଜି ଏହି ୪ ଅବସରପ୍ରାପ୍ତ ଅଧିକାରୀ ଦଳରେ ସାମିଲ ହୋଇଛନ୍ତି ।

କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି ଏହି ଅବସରପ୍ରାପ୍ତ ଅଧିକାରୀ। ପଞ୍ଚାନନ ଦାସ କହିଛନ୍ତି, କଂଗ୍ରେସକୁ ଆସିବାର ଲକ୍ଷ୍ୟ ହେଉଛି ଗରିବ ଖଟିଖିଆଙ୍କ ପାଇଁ କାମ କରିବା । ସେ ଆହୁରି କହିଚନ୍ତି, ମୋତେ ଦଳର କୌଣସି ଟିକେଟ ଦରକାର ନାହିଁ କି ମୁଁ ମାଗିବି ନାହିଁ । ମୁଁ ସ୍ୱଇଚ୍ଛାରେ ଲୋକଙ୍କ ପାଇଁ କାମ କରିବାକୁ ଆସିଛି । ସୂଚନାଥାଉ କି, ପଞ୍ଚାନନ ଦାଶ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସମେତ ମାଇକ୍ରୋ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିକାଶ ସଚିବ ଥିଲେ। ସେ ବର୍ତ୍ତମାନ ଫୋରମ୍ ଫର୍ ଏଣ୍ଟରପ୍ରାଇଜର୍ସିପ୍ ଡେଭଲପମେଣ୍ଟର ସଭାପତି ଅଛନ୍ତି ।
ସେହିପରି ବିଶ୍ୱନାଥ ଆଚାର୍ଯ୍ୟ  କହିଛନ୍ତି , ସମାଜରେ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି, ଲୋକମାନଙ୍କ ଆଶା ମଧ୍ୟ ରହିଛି, ସେହି ଉଦ୍ଦେଶ୍ୟରେ ମୁଁ କଂଗ୍ରେସ ଦଳରେ ସାମିଲ ହୋଇଛି । ସେହିପରି ରବୀନ୍ଦ୍ର ନାଥ ମିଶ୍ର କହିଛନ୍ତି, ବିଜେଡି ଦଳ ୱାନ ମ୍ୟାନ ଆର୍ମି । ରାଜନୈତିକ ଦଳ ନୁହେଁ । ସେଥିପାଇଁ ମୁଁ କଂଗ୍ରେସରେ ମିଶିଲି ।
ଉଦ୍ଧବ କର କହିଛନ୍ତି, ତୃଣମୂଳ ସ୍ତରରୁ କାମ କଲେ କଂଗ୍ରେସ ଉଠିବ ଜ୍ଝ ଗୋଡ଼ ଟଣାଟଣି ଛାଡି ସଠିକ ଭାବରେ କାମ କଲେ ଦଳ ଉଠିପାରିବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ ଜ୍ଝ

Comments are closed.