ଜୋର୍ଡାନ: ଅଧିକାଂଶ ଲୋକ ପରିବାର ସଦସ୍ୟଙ୍କ ସହ ହେଉ ବା ସାଙ୍ଗମାନଙ୍କ ସହ ଖାଇବା ପାଇଁ ରେଷ୍ଟୁରା ଯାଇଥାନ୍ତି । ଲୋକମାନେ କେବଳ ଖାଦ୍ୟ ଖାଇବା ପାଇଁ ଯାଇଥାନ୍ତି । କିନ୍ତୁ ଜୋର୍ଡାନରେଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ଖାଦ୍ୟ ସହିତ ଶୋଇବା ବା ବିଶ୍ରାମ ନେବା ପାଇଁ ବ୍ୟବସ୍ଥା ରହିଛି । ଏ ବିଷୟରେ ଯିଏ ଶୁଣୁଛି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।
ଜୋର୍ଡାନର ରାଜଧାନୀ ଆମାନରେ ରହିଛି ମୁଆବ ରେଷ୍ଟୁରାଣ୍ଟ । ଏଠାରେ ଗ୍ରାହକମାନେ ଖାଇବା ପରେ ଶୋଇବା ପାଇଁ ବ୍ୟବସ୍ଥା କରାଯାଇଛି । କାରଣ ଜୋର୍ଡାନର ପ୍ରିୟ ଖାଦ୍ୟ ମାନସାଫ୍ ଗୁରୁ ଖାଦ୍ୟ ଭାବେ ଗଣାଯାଏ । ପ୍ରାୟତଃ ଲୋକମାନେ ଏହି ଖାଇବା ପରେ ବିଶ୍ରାମ ନେବାକୁ ଚାହାଁନ୍ତି । ଗ୍ରାହକଙ୍କ ଏହି ଭାବନାକୁ ହୃଦୟଙ୍ଗମ କରି ମୁଆବ ରେଷ୍ଟୁରାଣ୍ଟ ଶୋଇବା ପାଇଁ ବେଡ଼ର ବ୍ୟବସ୍ଥା କରିଛି , ଯାହାଦ୍ୱାରା ଗ୍ରାହକମାନେ ଏହି ଥାଳି ଉପଭୋଗ କରିବା ପରେ ଆରାମରେ ଶୋଇ ପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ କେବଳ ଘରେ ଏହି ଖାଦ୍ୟ ଖାଉଥିଲେ, ପରେ ଶୋଉଥଲେ ।
ରେଷ୍ଟୁରାଣ୍ଟର ମାଲିକଙ୍କ ପୁଅ ମୁସାବ ମୁବେଦ୍ଦିନ୍ କହିଛନ୍ତି ଯେ, ମାନସାଫ ଖାଦ୍ୟକୁ ଲୋକେ ଖୁବ ପସନ୍ଦ କରନ୍ତି । ଆମ ହୋଟେଲର ଏହି ଖାଦ୍ୟ ଲୋକଙ୍କର ନମ୍ବର ୱାନ୍ ପସନ୍ଦ ହେଉଥିବାରୁ ଏହାକୁ ଖାଇବାକୁ ଭିଡ଼ ଜମାଇଥାନ୍ତି । ଏଠାରେ ବେଡ଼ ବ୍ୟବସ୍ଥା କରିବା ଧାରଣା ହାସ୍ୟାସ୍ପଦ ଥିଲା । ଅଧିକାଂଶ ଲୋକ ରେଷ୍ଟୁରାଣ୍ଟରେ ଶୋଇବା ବ୍ୟବସ୍ଥା କରିବାକୁ ବି ପରାମର୍ଶ ଦେଇଥିଲେ । ଏବେ ବହୁତ ଲୋକ ଖାଇବା ପରେ ଶୋଇଥାନ୍ତି ।
Comments are closed.