Latest Odisha News

BREAKING NEWS

ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ବିତୀୟ ଟେଷ୍ଟ ଡ୍ର, ଭାରତ ୧-୦ରେ ସିରିଜ୍ ଆଗୁଆ

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ବର୍ଷା ହେତୁ ଡ୍ରରେ ଶେଷ ହୋଇଛି। ମ୍ୟାଚ୍‌ର ପଞ୍ଚମ ଦିନରେ ଗୋଟିଏ ବି ବଲ୍‌ ବୋଲ ପଡିପାରିଲା ନାହିଁ ଏବଂ ମ୍ୟାଚ ଡ୍ର ବୋଲି ଘୋଷଣା କରାଯାଇଛି। ଚାରି ଦିନିଆ ଖେଳ ଶେଷ ହେବା ପରେ ୱେଷ୍ଟଇଣ୍ଡିଜ୍ ଦଳ ୨ ୱିକେଟ୍ ହରାଇ ୭୬ ରନ୍ ସଂଗ୍ରହ କରିଥିଲା। ୱେଷ୍ଟଇଣ୍ଡିଜ୍ ପାଇଁ ଟେଗନାରାୟଣ ଚନ୍ଦ୍ରପଲ (୨୪) ଏବଂ ଜେରମାଇନ୍ ବ୍ଲାକ୍ଉଡ୍ (୨୦) ରନ୍ କରିବା ପରେ କ୍ରିଜରେ ଛିଡା ହୋଇଥିଲେ।

ୱେଷ୍ଟଇଣ୍ଡିଜ୍ ଦଳକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୮୮ ରନ୍ ଆବଶ୍ୟକ କରୁଥିଲା, ଟିମ୍ ଇଣ୍ଡିଆ ୮ ୱିକେଟ୍ ନେବାକୁ ଚେଷ୍ଟା କରୁଥିଲା। କିନ୍ତୁ ବର୍ଷା ବନ୍ଦ ନହେବାରୁ ମ୍ୟାଚ୍ ଶେଷ ହୋଇପାରିଲା ନାହିଁ। ଏହାପରେ ମ୍ଯାଚ ଡ୍ର ରହିଛି। ଏବଂ ଟିମ୍ ଇଣ୍ଡିଆ ସିରିଜକୁ ୧-୦ରେ କବଜା କରିଛି।

ପ୍ରଥମ ଇନିଂସରେ ୧୮୩ ରନ୍ ଅଗ୍ରଣୀ ନେବା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସର ବ୍ୟାଟିଂ ଆରମ୍ଭ କରିଥିଲା। ଦ୍ୱିତୀୟ ଇନିଂସରେ ଦଳ ୨ ୱିକେଟ୍ ହରାଇ ୧୮୧ ରନ୍ ସ୍କୋର କରି ଇନିଂସ ଘୋଷଣା କରିଥିଲା। ରୋହିତ ଶର୍ମା ଏବଂ ଇଶାନ କିଶନ ଭାରତ ପାଇଁ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପରେ ୱେଷ୍ଟଇଣ୍ଡିଜ ଦଳକୁ ଦ୍ୱିତୀୟ ଇନିଂସ ଖେଳିବାର ସୁଯୋଗ ଦିଆଯାଇଥିଲା। ରବିଚନ୍ଦ୍ରନ୍ ଅଶ୍ୱିନ୍ ୱେଷ୍ଟଇଣ୍ଡିଜ୍ ଦଳକୁ ୨ ଟି ଝଟକା ଦେଇଥିଲେ। ଆଉ ଘରୋଇ ଦଳ ୨୫୫ ରନରେ ଅଟକି ରହିଥିଲା।

Comments are closed.