Latest Odisha News

ଅଟୋ ଡ୍ରାଇଭରଙ୍କ ଅଜବ ଅଫର: ଅଟୋରେ ଯାଆନ୍ତୁ, ମାଗଣାରେ ଟମାଟୋ ନିଅନ୍ତୁ

ଚଣ୍ଡିଗଡ଼: ଏବେ ଟମାଟୋ ଦର ଆକାଶ ଛୁଆଁ । ଅନେକ ସ୍ଥାନରେ ଏହାର ଦାମ ୩୦୦ ଟଙ୍କାରୁ ଅଧିକ ରହିଛି । ଏଭଳିସ୍ଥିତିରେ ଚଣ୍ଡିଗଡ଼ର ଜଣେ ଅଟୋ ଡ଼୍ରାଇଭର ଅଜବ ଅଫର ଘୋଷଣା କରିଛନ୍ତି । ତାଙ୍କ ଅଟୋରେ ଗଲେ ସେ ମାଗଣାରେ ଏକ କିଲୋ ଟମାଟୋ ଦେବେ ବୋଲି କହିଛନ୍ତି । ଏହାକୁ ନେଇ ସେ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।

ଚଣ୍ଡିଗଡ଼ରେ ରୁହନ୍ତି ଅନୀଲ କୁମାର । ବହୁ ବର୍ଷ ହେଲାଣି ସେ ଅଟୋ ଡ଼୍ରାଇଭର ଭାବେ କାମ କରନ୍ତି । ଅଟୋ ଚଲାଇ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଚଳାନ୍ତି । ଏବେ ଅନୀଲ ଖୁବ୍ ଚର୍ଚ୍ଚାରେ । କାରଣ ସେ ଏବେ ଅଜବ ଅଫର ଆରମ୍ଭ କରିଛନ୍ତି । ତାଙ୍କ ଅଟୋରେ ଯିଏ ଯିବେ ସେ ତାଙ୍କୁ ମାଗଣାରେ ଟମାଟୋ ଦେବେ ବୋଲି ଘୋଷଣା କରିଛନ୍ତି । ଅନିଲ ନିଜ ଅଟୋରେ ଏହି ଅଫରର ଏକ ପୋଷ୍ଟର ମଧ୍ୟ ମାରିଛନ୍ତି ।

ଅନୀଲଙ୍କ ଏହି ଅଜବ ଅଫରକୁ ନେଇ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅନୀଲ କିଲୋ ପିଛା ୧୫୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ମାଗଣା ଦେବେ ବୋଲି କହିଛନ୍ତି । ହେଲେ ଏହି ଅଫରରେ ସେ ଛୋଟ ଟ୍ୱିଷ୍ଟ ରଖିଛନ୍ତି । ଯେଉଁ ଗ୍ରାହକ ୫ ଥର ତାଙ୍କ ଅଟୋରେ ଯାତ୍ରା କରିବେ, ସେ ତାଙ୍କୁ ଏକ କିଲୋ ଟମାଟୋ ମାଗଣା ଦେବେ ବୋଲି କହିଛନ୍ତି । ଅଟୋରେ ଲଗାଇଥିବା ପୋଷ୍ଟରରେ ସ୍ପଷ୍ଟ ଲେଖିଛନ୍ତି ଯେ, ୫ ଥର ଯାତ୍ରା କରିଥିବା ଗ୍ରାହକଙ୍କୁ ଏକ କିଲୋ ଟମାଟୋ ମାଗଣାରେ ଦିଆଯିବ । ଏହି ଅଫର ଲାଗୁ କରିବା ପରେ ତାଙ୍କର ବ୍ୟବସାୟ ବୃଦ୍ଧି ପାଇଥିବା ସେ କହିଛନ୍ତି ।

Comments are closed.