Latest Odisha News

BREAKING NEWS

ମାସକର ପୁଅକୁ ଧରି ଭିଡ଼ିଓ ବନାଇଲେ ଦୀପିକା; ସେୟାର କଲେ ସୋଏବ

ମୁମ୍ବାଇ: ମାସକର ପୁଅକୁ ଧରି ଭିଡ଼ିଓ ବନାଇଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର । ଏହି ଭିଡ଼ିଓକୁ ତାଙ୍କ ସ୍ୱାମୀ ସୋଏବ ଇବ୍ରାହିମ୍ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି, ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓକୁ ଦେଖି ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି ।

ବିବାହର ୫ ବର୍ଷ ପରେ ଦୀପିକା ମାଆ ହୋଇଛନ୍ତି । ଗତ ଜୁନ ୨୧ ତାରିଖରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ସେ ମାଆ ବନିବା ଇତିମଧ୍ୟରେ ୧ ମାସ ହୋଇଗଲାଣି । ଦୀପିକା ପୁଅ ରୁହାନକୁ ଜନ୍ମ ଦେବା ପରେ ଅଧିକ ଚର୍ଚ୍ଚାରେ ରହିଛନ୍ତି । ଏବେ ଉଭୟ ଦୀପିକା ଓ ସୋଏବ ଅଧିକାଂଶ ଫଟୋ ଓ ଭିଡ଼ିଓ ପୁଅକୁ ନେଇ କରୁଛନ୍ତି ଓ ସୋସିଆଲ ମିଡ଼ିଆରେ ସେୟାର ବି କରୁଛନ୍ତି । ନିକଟରେ ସେୟାର ହୋଇଥିବା ଏକ ଭିଡ଼ିଓରେ ଦୀପିକା ତାଙ୍କ ପୁଅକୁ ଧରି ନାଚୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ସମସ୍ତଙ୍କ ହୃଦୟ ଜିତିଛି । ଏହି ଭିଡ଼ିଓକୁ ସୋଏବ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ଦୀପିକା ପୁଅ ରୁହାନଙ୍କୁ ଧରି ନିଜ ବେଡ୍‌ରୁମ୍‌ରେ ନାଚୁଥିବାର ନଜର ଆସିଛନ୍ତି । ଏଥିରେ ତାଙ୍କ ପୁଅକୁ କଡ଼ରୁ ଟିକେ ଦେଖିବାକୁ ମିଳିଛି । ଏହି ସମୟରେ ଦୀପିକା ବହୁତ ଖୁସି ଅଛନ୍ତିି ।

ପୁଅ ହେବା ପରେ ଦୀପିକା ଓ ତାଙ୍କ ସ୍ୱାମୀ ସୋଏବ ଖୁସି ହେବା ସହ ଉଭୟଙ୍କ ପରିବାରରେ ଆନନ୍ଦ ଦେଖାଦେଇଥିଲା । କିନ୍ତୁ ତାଙ୍କର ପ୍ରିମେଚୋର ଡେଲିଭରୀ ହୋଇଥିବାରୁ ତାଙ୍କ ପୁଅଙ୍କ ଅବସ୍ଥା ଗୁରୁତର ରହିଥିଲା । ଫଳରେ ସେ ବହୁ ଦିନ ଧରି ଏନ୍‌ଆଇସିୟୁରେ ଚିକିତ୍ସାଧୀନ ଥିଲା ।

Comments are closed.