ସୁବର୍ଣ୍ଣପୁର: ଅବକାରୀ ବିଭାଗକୁ ପୁଣି ମିଳିଛି ସଫଳତା। ପାଟ୍ରୋଲିଂ ବେଳେ ଗଞ୍ଜେଇ ଜବତ କଲା ଜିଲ୍ଲା ଅବକାରୀ ବିଭାଗ। ଆଜି ସକାଳୁ ବୀରମହାରାଜପୁର ଅବକାରୀ ବିଭାଗର ଏକ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ କାରରୁ ୨୧ କେଜି ଗଞ୍ଜେଇ ଜବତ କରିଛି। ଉଲୁଣ୍ଡା ବ୍ଲକ ବୀଶିପଡା ରାଜୀବଗାନ୍ଧୀ ଭବନଠାରୁ ଏକ କାରରେ ଜଣେ ବ୍ୟକ୍ତି ଯାଉଥିବା ବେଳେ ଆଟକାଇଥିଲା ଅବକାରୀ ବିଭାଗ।
ହୁଣ୍ଡାଇ ୱିଙ୍ଗ କାରକୁ ଯାଞ୍ଚ କରିବା ବେଳେ କାରରୁ ପାଖାପାଖି ୨୧ କେଜି ଗଞ୍ଜେଇ ବାହାରି ଥିଲା। ଅଭିଯୁକ୍ତ ଜଣକ ହେଲେ ଛତିଶଗଡ଼ର ରୀଶବ ନିସାଦ। ଏହି ଘଟଣାରେ ରୀଶବକୁ ଗିରଫ କରିବା ସହ ଗଞ୍ଜେଇ ନେଇ ଯାଉଥିବା କାରକୁ ଅବକାରୀ ବିଭାଗ ଜବତ କରିଛି। ଏହା ସହିତ ଆଜି ରୀଶବକୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଅବକାରୀ ଆରକ୍ଷୀ ଅଧିକ୍ଷକ।
Comments are closed.