Latest Odisha News

BREAKING NEWS

ଟ୍ରକ-ମିନିଟ୍ରକ ମୁହାଁମୁହିଁ ଧକ୍କା: ଜୀବନ୍ତ ଜଳିଗଲେ ଡ୍ରାଇଭର

ସମ୍ବଲପୁର:ଟ୍ରକ-ମିନିଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଜଳିଗଲା ଗାଡି । ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର । ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ଅଞ୍ଚଳରେ ।

ଜମନକିରା ଥାନା ୫୩ନଂ ଏନଏଚରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ମିନି ଟ୍ରକ ସମ୍ବଲପୁରରୁ ପଟରୁ ଆସୁଥିବା ବେଳେ ବିପରୀତ ଦିଗରୁ ଚଉଦ ଚକିଆ ଏକ କୋଇଲା ବୋଝେଇ ଟ୍ରକ ଆସୁଥିଲା । ବଡକୁଣ୍ଡେସରା ଠାରେ ଉଭୟେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଧକ୍କା ଏତେ ଜୋରରେ ହୋଇଥିଲା ଯେ ମିନିଟ୍ରକଟି ଜଳି ଯାଇଥିଲା । ଫଳରେ ଗାଡିରେ ଥିବା ଡ୍ରାଇଭର ଷ୍ଟିଅରିଂ ସହ ଚାପି ହୋଇ ଯାଇଥିଲେ ଏବଂ ଜୀବନ୍ତ ଜଳି ଯାଇଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ମୃତ ଡ୍ରାଇଭରଙ୍କର ପରିଚୟ ମିଳି ନାହିଁ । ଅନ୍ୟପକ୍ଷରେ ଟ୍ରକର ହେଲପର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ କୋଇଲା ବୋଝେଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛନ୍ତି ।ଘଟଣାସ୍ଥଳରେ ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.