ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପକ୍ଷୀର ଭାଷା ଆନୁଗତ୍ୟ
ହୁଏନି କେବେ ବିଚଳିତ
କେକା, କୁହୁ ଆଉ କାକଳି
କେବେ ନ ଯାଆଂତି ବଦଳି
ପକ୍ଷୀ ତ ବିଶ୍ବ-ପର୍ଯଟକ
ସବୁଠି ରଖେ ଭାଷା ଟେକ
ଚିଁଚାଁ, କାଆକାଆ ଓ କୁହୁ
ଯାହା ଯେମିତି ହୋଇଥାଉ
ସବୁଠି ଚଳାଇ ତା ଭାଷା
ପକ୍ଷୀ ହିଁ ବଢ଼ାଏ ଭରସା
ହୁଏନି ଯେଣୁ ଜାତିଚ୍ୟୁତ
ତା ବାଣୀ ଶୁଭେ ଅବିରତ
ପକ୍ଷୀର ଏହି ଭାଷାପ୍ରୀତି
ଯୋଗୁଁ ନ ଥାଏ ଲଜ୍କା, ଭୀତି
ଅଂତର୍ରାଷ୍ଟ୍ରୀୟ ପକ୍ଷୀ-ଭାଷା
ବଂଚାଇ ରଖଇ ଭରସା
ପକ୍ଷୀର ଏହି ଗୁଣ ଶିଖି
ମଣିଷ ମାନିପାରିବ କି ?
ଏ ପ୍ରଶ୍ନ ଘାଂଟୁ ନିଜ ମନେ
ଉତ୍ତର ମିଳିପାରେ ଦିନେ
ସ୍ବାବଲଂବନ, ସ୍ବାୟତ୍ତତା
ଯୋଗୁଁ ହିଁ ପକ୍ଷୀଂକର ସତ୍ତା
ଏଯାଏଁ ହୋଇନାହିଁ ଲୁପ୍ତ
ଏହା ତ ସର୍ବଜ୍ଞାତ ସତ
ପ୍ରଭାତରୁ ସଂଜ ପର୍ଯଂତ
ପକ୍ଷୀ ଯେହେତୁ କର୍ମରତ
କେବେ ବି ଲୋଡ଼େନି ବିଶ୍ରାମ
ତା’ର ଏ ଗୁଣ ମନୋରମ
ଅଳପ ଖାଇ, ବେଶି କରି
ପକ୍ଷୀଟେ ଯାଏନାହିଁ ହାରି
କିଛି ବି କରେନି ସଂଚୟ
ତେଣୁ ସେ ସର୍ବଦା ନିର୍ଭୟ
ପକ୍ଷୀର ଅଳ୍ପ କେତେ ଗୁଣ
ମନୁଷ୍ଯ କଲେ ଆହରଣ
ସ୍ବଚ୍ଛଂଦେ ବିତାଂତା ଜୀବନ
ସର୍ବଦା ରହଂତା ସ୍ବାଧୀନ
Comments are closed.