Latest Odisha News

BREAKING NEWS

ନୂଆ CDS ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଏନ୍.ଏସ୍ ରାଜା ସୁବ୍ରମଣି

ନୂଆଦିଲ୍ଲୀ: ଭାରତ ସରକାର ଏନଏସ ରାଜା ସୁବ୍ରମଣିଙ୍କୁ ଦେଶର ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଭାବରେ ନିଯୁକ୍ତ କରିଛନ୍ତି। ସେ ପ୍ରତିରକ୍ଷା ବ୍ୟାପାର ବିଭାଗର ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ। ବର୍ତ୍ତମାନର ସିଡିଏସ୍ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ମେ ୩୦ ରେ ଶେଷ ହେଉଛି।

ସୁବ୍ରମଣି ବର୍ତ୍ତମାନ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ (ଏନଏସସିଏସ୍) ରେ ସାମରିକ ପରାମର୍ଶଦାତା ରହିଛନ୍ତି। ପୂର୍ବରୁ ସେ ଭାରତୀୟ ସେନାରେ ଉପା ସେନା ମୁଖ୍ୟ ଏବଂ କେନ୍ଦ୍ରୀୟ କମାଣ୍ଡର ଜିଓସି-ଇନ୍-ସି ଭଳି ପଦବୀରେ କାର୍ଯ୍ୟ କରିଥିଲେ।

ଏନଏସ ରାଜା ସୁବ୍ରମଣି ଡିସେମ୍ବର ୧୯୮୫ ରେ ଗଡ଼ୱାଲ ରାଇଫଲ୍ସରୁ ସେନାରେ କମିଶନ ହୋଇଥିଲେ। ସେ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ) ରେ ସାମରିକ ତାଲିମ ଗ୍ରହଣ କରିଥିଲେ। ତା’ପରେ ସେ ୟୁକେର ବ୍ରେକନେଲରେ ଜଏଣ୍ଟ ସର୍ଭିସେସ୍ କମାଣ୍ଡ ଏବଂ ଷ୍ଟାଫ୍ କଲେଜରେ ଯୋଗ ଦେଇଥିଲେ।

ଭାରତ ଫେରିବା ପରେ ତାଙ୍କୁ ଏକ ମାଉଣ୍ଟେନ୍ ବ୍ରିଗେଡରେ ବ୍ରିଗେଡ ମେଜର ଭାବରେ ନିଯୁକ୍ତି ଦିଆଯାଇଥିଲା। ପରେ ସେ ଦିଲ୍ଲୀର ଜାତୀୟ ପ୍ରତିରକ୍ଷା କଲେଜରେ ଅଧ୍ୟୟନ କରିଥିଲେ। ସେ ଲଣ୍ଡନର କିଙ୍ଗସ୍ କଲେଜରୁ କଳାରେ ମାଷ୍ଟର ଡିଗ୍ରୀ ଏବଂ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ପ୍ରତିରକ୍ଷା ଅଧ୍ୟୟନରେ ଏମ୍ଫିଲ୍ ମଧ୍ୟ ହାସଲ କରିଥିଲେ। ଜମ୍ମୁ କାଶ୍ମୀରରୁ କାଜାଖସ୍ତାନ ପର୍ଯ୍ୟନ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି।

୩୫ ବର୍ଷରୁ ଅଧିକ ସମୟ ଧରି ସାମରିକ କ୍ୟାରିୟରରେ ସୁବ୍ରମଣି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଥିଲେ। ସେ କାଜାଖସ୍ତାନର ରାଜଧାନୀ ଆସ୍ତାନାରେ ଭାରତୀୟ ଦୂତାବାସରେ ପ୍ରତିରକ୍ଷା ଆଟାଚି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ସେହିପରି କର୍ଣ୍ଣେଲ ରାଙ୍କରେ ସେ ସେନା ମୁଖ୍ୟାଳୟରେ ସହାୟକ ସାମରିକ ସଚିବ ଭାବରେ କାର୍ଯ୍ୟ କରିଥିଲେ। ପରେ, ସେ ପୂର୍ବ କମାଣ୍ଡରେ କର୍ଣ୍ଣେଲ ଜେନେରାଲ ଷ୍ଟାଫ (ଅପରେସନ) ଭାବରେ କାର୍ଯ୍ୟ କରିଥିଲେ। ସେ ଜମ୍ମୁ କାଶ୍ମୀରରେ ରାଷ୍ଟ୍ରୀୟ ରାଇଫଲ୍ସ ସେକ୍ଟରର ଡେପୁଟି କମାଣ୍ଡର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.