Latest Odisha News

ଜୟପୁର-ମୁମ୍ବାଇ ପାସେଞ୍ଜର ଟ୍ରେନ ଭିତରେ ଗୁଳିମାଡ଼, ୪ ମୃତ

ମୁମ୍ବାଇ: ଚଳନ୍ତା ଟ୍ରେନ୍‌ରେ ଗୁଳିମାଡ଼। ଜୟପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ଭିତରେ ଆରପିଏଫ୍ କନଷ୍ଟେବଲ୍‌ଙ୍କ ଗୁଳିମାଡ଼ରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଜୟପୁର-ମୁମ୍ବାଇ ପାସେଞ୍ଜର ଟ୍ରେନ୍‌ଟି ମହାରାଷ୍ଟ୍ରର ପାଲଘର ଅତିକ୍ରମ କରିବା ପରେ ଯାତ୍ରୀଙ୍କ ଉପରକୁ କନଷ୍ଟେବଲ ଗୁଳିମାଡ଼ କରିଥିଲେ। ଆରପିଏଫ୍‌ ଏଏସଆଇ ସହ ୩ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଚେତନ ନାମକ ଜଣେ କନଷ୍ଟେବଳ ଗୁଳି ଚଳାଇଥିବା ଜଣାପଡିଛି।

ଏହି ଘଟଣାରେ ପ୍ରାଣ ହରାଇଥିବା ଆରପିଏଫ୍ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର ହେଉଛନ୍ତି ଟିକାରାମ ମୀଣା। ଅଭିଯୁକ୍ତକୁ ମିରା ରୋଡରୁ ପୋଲିସ ଗିରଫ କରିଛି। ସମସ୍ତ ଚାରି ମୃତଦେହକୁ ଶତାବ୍ଦୀ ଡାକ୍ତରଖାନାର ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ସୋମବାର ସକାଳେ ଏହି ଘଟଣା ଘଟିଥିବା ବେଳେ ଗୁଳି ବିନିମୟର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ମିଳିଥିବା ସୂଚନା ଅନୁଯାୟୀ, କିଛି ପ୍ରସଙ୍ଗରେ ଆରପିଏଫ କନଷ୍ଟେବଳ ଏବଂ ତାଙ୍କ ବରିଷ୍ଠ ଏଏସଆଇ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯାହା ପରେ କନଷ୍ଟେବଳ କ୍ରୋଧିତ ହୋଇ ଗୁଳି ଚଳାଇଥିଲେ।

ଯାତ୍ରୀଙ୍କ କହିବାନୁସାରେ, ଭାପି ମଧ୍ୟରେ ବୋରିଲୀ ମୀରା ରୋଡ୍ ଷ୍ଟେସନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଫାୟାରିଂ ପରେ କନଷ୍ଟେବଳ ଦହିସର ରେଳ ଷ୍ଟେସନ ନିକଟରେ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ଅଭିଯୁକ୍ତ କନଷ୍ଟେବଲଙ୍କୁ ଗିରଫ କରାଯିବା ସହ ବନ୍ଧୁକ ଜବତ କରାଯାଇଥିବା ସୂଚନା ମିଳିଛି।

Comments are closed.