Latest Odisha News

BREAKING NEWS

ଲଗାଣ ବର୍ଷା ଯୋଗୁଁ ସୋନପୁରରେ ଯୋଗାଯୋଗ ବିଚ୍ଛିନ୍ନ

ସୋନପୁର: ସୋନପୁର ଜିଲ୍ଲାରେ ଗତ ୨ ଦିନ ଧରି ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି ।

ମିଳିଥିବା ସୂଚନାନୁଯାୟୀ ସୋନପୁର ବ୍ଲକ୍ ସ୍ଥିତ ପାଇକବାହଲ ଗ୍ରାମ ନିକଟରେ ଥିବା ରାକ୍ଷସ ନାଳ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି ।

ସେହିପରି ଲଗାଣ ବର୍ଷା ଯୋଗୁଁ ବୀରମହାରାଜପୁର ବ୍ଲକର କୃଷ୍ଣପାଲି, ଉଲୁଣ୍ଡା ଏବଂ ପୁଲେଶ୍ୱର ଗ୍ରାମ ମଧ୍ୟରେ ବନ୍ୟାଜଳ ପ୍ରବେଶ କରିଛି । ଫଳରେ ବୀରମହାରାଜପୁରରୁ ଚାରମାଳ ଦେଇ ରେଢାଖୋଲ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।

ଆହୁରି ମଧ୍ୟ ବୀରମହାରାଜପୁର ସହରର ରକ୍ସା ଛକରେ ଥିବା ଏକ ମଠ ସମ୍ପୂର୍ଣ୍ଣ ଭାବେ ବୁଡିଯାଇଛି । ପରେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ମଠ ମଧ୍ୟରେ ଫସି ରହିଥିବା ସାଧୁସନ୍ଥଙ୍କୁ ଉଦ୍ଧାର କରିଛନ୍ତି ।

Leave A Reply

Your email address will not be published.