Latest Odisha News

BREAKING NEWS

ନିଆରା ଢଙ୍ଗରେ ସୋନୁଙ୍କ ଜନ୍ମଦିନ ପାଳିଲେ ପ୍ରଶଂସକ, ପ୍ରସ୍ତୁତ କଲେ ବିଶ୍ୱର ସବୁଠୁ ବଡ଼ ପପ୍ ଆର୍ଟ

ମୁମ୍ବାଇ: ଅଭିନେତା ସୋନୁ ସୁଦଙ୍କୁ କିଏ ବା ନ ଜାଣେ । ଫିଲ୍ମ ପରଦାରେ ହେଉ କିମ୍ବା ବାସ୍ତବ ଜୀବନରେ । ସୋନୁ ଅସହାୟଙ୍କୁ ସାହାଯ୍ୟ କରି ଲୋକଙ୍କ ହୃଦୟ ଜିତି ପାରିଛନ୍ତିି । ରବିବାର ଥିଲା ସୋନୁଙ୍କ ଜନ୍ମଦିନ । ସାରା ଦେଶରେ ତାଙ୍କ ପ୍ରଶଂସକମାନେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି ।

ସୋନୁଙ୍କ ଗାଁ ମୋଗାରେ ମଧ୍ୟ ତାଙ୍କ ଜନ୍ମଦିନ ଧୁମ୍‌ଧାମ୍‌ରେ ପାଳନ କରାଯାଇଥିଲା । ଏଠାରେ ତାଙ୍କ ପ୍ରଶଂସକମାନେ ଏକ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିବା ସହ ଏକ ସ୍ୱତନ୍ତ୍ର ଉପହାର ତାଙ୍କୁ ଦେଇଥିଲେ । ପ୍ରଶଂସକମାନେ ତାଙ୍କର ସବୁଠୁ ବଡ ଚିତ୍ର ନେଇ ତାଙ୍କ ଜନ୍ମ ଗ୍ରାମରେ ପହଞ୍ଚିଥିଲେ । ଏହି ଚିତ୍ରଟି ଏତେ ବଡ ଯେ, ଏହାକୁ ଗୁଗୁଲ୍ ସାଟେଲାଇଟ୍ ମାନଚିତ୍ରରେ ମଧ୍ୟ ଦେଖିବାକୁ ମିଳେ । ସୋନୁ ସୁଦଙ୍କ ଜନ୍ମଦିନରେ, ୭ ଟି ରାଜ୍ୟର ୨୫ ଜଣ କଳାକାର ମୋଗାର ଅଜିତୱାଲରେ ୧ ଲକ୍ଷ ୧୭ ହଜାର ବର୍ଗଫୁଟର ସର୍ବବୃହତ ପପ୍ ଆର୍ଟ ପ୍ରସ୍ତୁତ କରିଥିଲେ , ଯାହା ବିଶ୍ୱ ରେକର୍ଡ଼ ସୃଷ୍ଟି କରିଛି । ପପ୍ ଆର୍ଟରୁ ନିର୍ମିତ ଏହି ଚିତ୍ର ଗୋଟିଏ ଦିନରେ ସମ୍ପୂର୍ଣ୍ଣ ହୋଇଛି । ଏହାର ବିଶେଷତା ହେଉଛି ଏହି ପପ୍ ଆର୍ଟ ଗୁଗୁଲ୍ ସାଟେଲାଇଟ୍ ମାନଚିତ୍ରରେ ମଧ୍ୟ ଦେଖିବାକୁ ମିଳୁଛି । ଭାରତରେ ପ୍ରଥମ ଥର ପାଇଁ ଏହି ପ୍ରକାରର ପପ୍ ତିଆରି କରାଯାଇଛି ବୋଲି କଳାକାରମାନେ ଦାବି କରିଛନ୍ତିି ।

Comments are closed.