Latest Odisha News

BREAKING NEWS

ଧର୍ମୀୟ ସଂଗଠନର ଶୋଭାଯାତ୍ରା ବେଳେ ହରିୟାଣାରେ ହିଂସା; ୨ ପୋଲିସ ସମେତ ୩ ମୃତ

ଚଣ୍ଡିଗଡ଼: ହରିୟାଣାରେ ହିଂସାକାଣ୍ଡ। ନୁହ ଜିଲ୍ଲାରେ ଧର୍ମୀୟ ସଂଗଠନର ଶୋଭାଯାତ୍ରା ବେଳେ ହିଂସା। ଏହି ହିଂସାକାଣ୍ଡରେ ୨ ହୋମଗାର୍ଡଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫ଜଣ ଆହତ ହୋଇଥିବା ସୂଚନା ରହିଛି। କୁହାଯାଉଛି ଧର୍ମୀୟ ଶୋଭାଯାତ୍ରାକୁ ଭିନ୍ନ ଏକ ଗୋଷ୍ଠୀ ରୋକିବାରୁ ପଥର ମାଡ଼ ହୋଇଥିଲା। ପରେ ଏହା ହିଂସାର ରୂପ ନେଇଥିଲା।

ବର୍ତ୍ତମାନ ହରିୟାଣାରେ ହିଂସାର ନିଆଁ ଜଳୁଛି। ସ୍ଥାନେ ସ୍ଥାନେ ନିଆଁ ଲଗାଇଛନ୍ତି ଦଙ୍ଗାକାରୀ। ନୁହରୁ ଆରମ୍ଭ ଏହି ହିଂସାଟି ଗୁରୁଗ୍ରାମକୁ ବ୍ୟାପିଯାଇଛି। ମୁସଲମାନ ସଂଖ୍ୟାଲଘୁ ନହୁରେ ହିଂସା ଖବର ପ୍ରସାରିତ ହେବାପରେ ପଡୋଶୀ ଗୁରୁଗ୍ରାମ ଜିଲ୍ଲାର ସୋହନାରେ ମୁସଲିମ ସମ୍ପ୍ରଦାୟର ଉଗ୍ରବାଦୀମାନେ ୪ ଗାଡ଼ି ଓ ଗୋଟିଏ ଦୋକାନ ପୋଡ଼ି ଦେଇଛନ୍ତି। ହିଂସାକୁ ନିୟନ୍ତ୍ରଣ କରିବା ଲାଗି ନୁହରେ କର୍ଫ୍ୟୁ ଜାରି କରାଯାଇଛି।

ସେହିପରି ୨ ଦିନ ପାଇଁ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି। ହରିୟାଣାର ଏକାଧିକ ଜିଲ୍ଲାରେ ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି। ଏହାରି ଭିତରେ ହରିୟାଣା ସରକାର ନୁହ ଜିଲ୍ଲାରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏକ ସପ୍ତାହ ପାଇଁ କେନ୍ଦ୍ରରୁ ରାପିଡ୍ ଆକ୍ସନ୍ ଫୋର୍ସ ମାଗିଛନ୍ତି। ରାଜ୍ୟ ସରକାର ଦ୍ୱାରା ୨୦ ଅତିରିକ୍ତ ଅର୍ଦ୍ଧସାମରିକ ବାହିନୀ ମଗାଯାଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ‘ହରିୟାଣା ଏକ ହରିୟାନଭି ଏକ’ ସ୍ଲୋଗାନ ଦେଇ ନୁହରେ ଶାନ୍ତି ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି।

Comments are closed.