ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ବୁଢ଼ାଲୋକଂକୁ ‘ ଧୈର୍ଯ ଧର ‘
କହିବା ଅଭ୍ୟାସ ଯାହାର
ତାହାର କାଳ, ପାତ୍ର ଜ୍ଞାନ
ହୁଏନି କେବେ ପରିଚ୍ଛନ୍ନ
ଯୁବକମାନେ ଏତେ ବ୍ୟସ୍ତ
ଯେ, ଅଛି ହେବା ପାଇଁ ଅସ୍ତ
ତାହାର ମୁଖ୍ୟ ପ୍ରୟୋଜନ
କେବେ ନ କରଂତି ପୂରଣ
କେବଳ ଥାଇ, ପିଇ, ଖାଇ
ଅଛି ଯେ ସଂସାରରେ ଜିଇଁ
ତାହାର ଥାଏ ଏକ ମନ
କିଂତୁ ପାଏନି କାହା ଧ୍ୟାନ
ବୁଢ଼ାଟେ ବିତାଏ ସମୟ
ମୃତ୍ୟୁକୁ ସୁଦ୍ଧା ନାହିଁ ଭୟ
ଏହା ହିଁ ତା’ର ପରିଚୟ
ବିଜୟ ଅବା ପରାଜୟ
ବୁଢ଼ା ଓ ପିଲାଂକର ଭାଷା
ପାଲଟେ ସର୍ବଦା ବଚସା
ସଂଚାର ହୁଏନାହିଁ ଆଶା
ଏହା ତ କୁଟୁଂବ ଦୁର୍ଦଶା
ନିଜକୁ ଭାବଂତିନି ଦୋଷୀ
ପାଆଂତି ନିଜ ନିଜ ଖୁସି
ସମୂହ ସଂତୋଷର ବେଳ
ରହିଛି କଥାରେ କେବଳ
ଏକାକୀ ବହୁ ବୁଢ଼ାବୁଢ଼ୀ
ପୂରା ପରିବାରକୁ ଛାଡ଼ି
କରଂତି ନିର୍ଜନ ନିବାସ
କେହି ଆସଂତିନାହିଁ ପାଶ
ସଂସ୍କାରରକ୍ଷୀ ବୁଢ଼ାବୁଢ଼ୀ
ଏକାକୀ ରହିଥିଲେ ପଡ଼ି
ତାଂକର ସ୍ମୃତି, ଅନୁଭୂତି
ଶୁଣଂତିନାହିଁ ପୁଅ, ନାତି
ହୁଏ କାହାର ଲାଭ, କ୍ଷତି
ହୋଇନି ତହିଁର ଗଣତି
ଯାହା ବୁଢ଼ାଏ ଯିବେ ଛାଡ଼ି
ତାହା ବି ରହିଥିବ ପଡ଼ି
Comments are closed.