Latest Odisha News

BREAKING NEWS

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ପାଣିପାଗ ବିଭାଗ କଣ କହିଲା ବାତ୍ୟା ଆକଳନକୁ ନେଇ?

ଭୁବନେଶ୍ୱର/ନୂଆଦିଲ୍ଲୀ: ବଙ୍ଗୋପସାଗରରେ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ (Cyclonic Circulation) ସୃଷ୍ଟି ହୋଇଛି। ଏହି ସିଷ୍ଟମ୍ ବାୟୁମଣ୍ଡଳର ୧.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି।

ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ସାଧାରଣରେ ବାତ୍ୟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ପାଣିପାଗ ବିଭାଗ ଏହାକୁ ନେଇ ସ୍ପଷ୍ଟିକରଣ ଦେଇଛି। ଆସନ୍ତା ୧୬୮ ଘଣ୍ଟା ଅର୍ଥାତ୍ ୭ ଦିନ ପର୍ଯ୍ୟନ୍ତ ଏହା ଅବପାତ ବା ବାତ୍ୟାର ରୂପ ନେବାର କୌଣସି ସମ୍ଭାବନା ନାହିଁ। ବର୍ତ୍ତମାନ ପାଇଁ ଏହି ସିଷ୍ଟମ୍ କେବଳ ମେଘମାଳା ସୃଷ୍ଟି କରିବାରେ ସୀମିତ ରହିଛି।

ଘୂର୍ଣ୍ଣିବଳୟ ପ୍ରଭାବରେ କେନ୍ଦ୍ରୀୟ ଓ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ ସାଗର ଅଞ୍ଚଳରେ ବାଦଲ ସକ୍ରିୟ ରହିଛନ୍ତି। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିପାରେ ଏବଂ କେତେକ ଉପକୂଳବର୍ତ୍ତୀ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ଦେଖାଦେଇପାରେ। ଉତ୍ତର ବଙ୍ଗୋପସାଗରରେ ମଧ୍ୟ ସାମାନ୍ୟରୁ ମଧ୍ୟମ ଧରଣର ମେଘ ପରିଲକ୍ଷିତ ହେଉଛି।

ପାଣିପାଗ ବିଭାଗ ଏହି ସିଷ୍ଟମ ଉପରେ କ୍ରମାଗତ ଭାବେ ନଜର ରଖିଛି। ବର୍ତ୍ତମାନ ପାଇଁ ବାତ୍ୟାର କୌଣସି ବିପଦ ନଥିବାରୁ ଜନସାଧାରଣଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.