ଓଡିଶା ସମ୍ବାଦ ବ୍ୟୁରୋ: ପ୍ରତି ଭାରତୀୟଙ୍କ ରୋଷେଇ ଘରେ ସୋରିଷ ତେଲ ବ୍ୟବହାର ହୋଇଥାଏ । ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ ହେବା ସହିତ, ତ୍ୱଚା ଏବଂ କେଶ ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ । ଆଜିକାଲି ଅନେକ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ କେଶ ଝଡିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଉଛି। ଏହି ସମସ୍ୟାର ସମ୍ମୁଖୀନ କରୁଥିବା ଲୋକଙ୍କ ପାଇଁ ଏହା ଚିନ୍ତାର କାରଣ ସାଜିଥାଏ । ତେଣୁ ଏଥିପାଇଁ ଅନେକ ଡାକ୍ତରଙ୍କ ପରାମର୍ଶ ନେବା ସହିତ , ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି । ତେବେ ଆସନ୍ତୁ ଜାଣିବା କେଶ ପାଇଁ ସୋରିଷ ତେଲର ଉପକାରିତା ସମ୍ପର୍କରେ ।
ସୋରିଷ ତେଲ କେଶକୁ ମଜବୁତ୍ କରିବା ସହିତ, କେଶରେ ଚମକ ଆଣିବାରେ ସାହାଯ୍ୟ କରେ । ରାତିରେ ଶୋଇବା ପୂର୍ବରୁ ଏକ ଲୁହା ପାତ୍ରରେ ସୋରିଷ ତେଲ ଏବଂ ମେଥି ଦାନା ପକାଇ ଗୋଟେ ରାତି ରଖିବେ । ପରଦିନ ସକାଳେ ଗ୍ୟାସରେ ଲୁହା କଡେଇ ବସେଇ, ରାତିରେ ରଖିଥିବା ସାରିଷ ତେଲ ଏବଂ ମେଥି ଦାନାକୁ ପକାଇ ୫ ରୁ ୬ ମିନିଟ ଯାଏଁ ଫୁଟାଇବେ । ଏହି ମିଶ୍ରଣ କଳା ହୋଇ ଆସିଲେ ଗ୍ୟାସ ବନ୍ଦ କରି ତେଲକୁ ଥଣ୍ଡା ହେବାକୁ ଛାଡିବେ । ତେଲ ଥଣ୍ଡା ହେବା ପରେ ଏକ କାଚ ଜାରରେ ଏହାକୁ ଛାଣି ରଖିବେ । ଏହି ତେଲକୁ ନେଇ କେଶ ମୂଳ ଏବଂ କେଶରେ ଲଗାଇ ୫ ରୁ ୧୦ ମିନିଟ ଯାଏଁ ହାଲକା ହାତରେ ମସାଜ କରିବେ । ଏହାପରେ କିଛି ସମୟ ଏହାକୁ ଏପରି ଭାବରେ ଛାଡ଼ିଦେବେ l ପରଦିନ କେଶକୁ ଶାମ୍ପୁ କରି ଧୋଇବେ । ଏପରି ସପ୍ତାହକୁ ୨ ରୁ ୩ ଥର କରିବା ଦ୍ୱାରା, ଧିରେଧିରେ କେଶ ଝଡିବା କମ ହେବା ସହିତ, କେଶରେ ଚମକ ଆସିଥାଏ ।
BREAKING NEWS
- ନୟାଗଡ଼ ଅଜିତ ସାହୁ ବିଭତ୍ସ ହତ୍ୟାକାଣ୍ଡ: ୪ ମୁଖ୍ୟ ଅଭିଯୁକ୍ତ, ରାଡାରରେ ବେଆଇନ ପଥର ମାଫିଆ
- ମୌସୁମୀ ପାଇଁ ପାଗ ଅନୁକୂଳ, ସପ୍ତାହ ଶେଷ ସୁଦ୍ଧା ଛୁଇଁବ ଦକ୍ଷିଣ ବଙ୍ଗୋପସାଗର
- ଦେଶ ପାଇଁ ସୁନା କିଣା କମାନ୍ତୁ: ମୋଦୀଙ୍କ ଅପିଲ୍ ପଛର କାରଣ କ’ଣ? ଜାଣନ୍ତୁ ଅତୀତରେ କେବେ ସରକାର କରିଥିଲେ ଏମିତି ଅନୁରୋଧ
- ନିଯୁକ୍ତି ଦୁର୍ନୀତି: ଟିଏମସି ନେତା ତଥା ପୂର୍ବତନ ମନ୍ତ୍ରୀ ସୁଜିତ ବୋଷ ଗିରଫ
- ଅଡୁଆରେ ବିଜେଡି ସାଂସଦ ସୁଲତା ଦେଓ, ଥାନାରେ ରୁଜୁ ହେଲା ମାନହାନୀ ମାମଲା
- ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଉଲ୍ଲେଖନୀୟ ପ୍ରଦର୍ଶନ: ଓଡ଼ିଶାକୁ ଜାତୀୟସ୍ତରରେ ସମ୍ମାନ
- ପଶ୍ଚିମବଙ୍ଗର ୫ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ, ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ୱ..
- ୨୦୪୦ ସୁଦ୍ଧା ସ୍ୱଦେଶୀ ହେବ ବାୟୁସେନାର ଶକ୍ତି, AMCA ଏବଂ Tejas Mk2 ହେବେ ନୂଆ ମେରୁଦଣ୍ଡ
- ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା: ୯ ଦିନ ହେବ ରତ୍ନଭଣ୍ଡାର ଗଣତି ମଣତି
- PDP leader Iltija Mufti:ମେହବୁବା ମୁଫତିଙ୍କ ଝିଅଙ୍କ X ଆକାଉଣ୍ଟ ଭାରତରେ ହେଲା ବ୍ଲକ; କାରଣ ଜାଣନ୍ତୁ…
Comments are closed.