Latest Odisha News

ବିରୋଧୀଙ୍କୁ ଆଇନା ଦେଖାଇଲେ ପ୍ରଧାନମନ୍ତ୍ରୀ; କହିଲେ ‘ଇଣ୍ଡିଆ’ ବିରୋଧୀଙ୍କ ମେଣ୍ଟ ନୁହେଁ, ଅହଙ୍କାରୀଙ୍କ ମେଣ୍ଟ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ଚାଲିଛି ରଣନୀତି ପ୍ରସ୍ତୁତି । ବିରୋଧୀ ଏକ ହୋଇ ବିଜେପିକୁ ମାତ ଦେବାକୁ ଚାହୁଁଥିବାବେଳେ ବିଜେପି ବି କମର କଷୁଛି ବିରୋଧୀଙ୍କୁ ଧୂଳି ଚଟେଇବା ପାଇଁ । ଏନଡିଏର ବିହାର ସାଂସଦଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ନିର୍ବାଚନକୁ ନେଇ ଆଲୋଚନା ହୋଇଥିଲା । ବୈଠକରେ ବିରୋଧୀଙ୍କ ନୁଆ ମେଣ୍ଟ ଇଣ୍ଡିଆକୁ ନେଇ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳର ମେଣ୍ଟ ଇଣ୍ଡିଆ ନୁହେଁ ଘମଡିଁଙ୍କ ମେଣ୍ଟ ବୋଲି ସେ କହିଛନ୍ତି ।

୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏନଡିଏର ବିହାର ସାଂସଦଙ୍କୁ ନେଇ ଏକ ବୈଠକ କରିଥିଲେ । ବୈଠକରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ, କମ ସଂଖ୍ୟା ଥିବା ସତ୍ତ୍ୱେ ଆମା ତାଙ୍କୁ ତିନି ଥର ପ୍ରଧାନମନ୍ତ୍ରୀ କରିଥିଲୁ  । ହେଲେ ଏଥିପାଇଁ ସେ ଯୋଗ୍ୟ ନ ଥିଲେ। ସେହିପରି ସାଂସଦମାନଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ସବୁ ବିଷୟରେ ଜ୍ଞାନ ବାଣ୍ଟନି । ବରଂ ନିଜ ନିଜ ବିଷୟ ଉପରେ ଧ୍ୟାନ ଦିଅ ।

ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜେପିର ତ୍ୟାଗ ଓ ସଂଘର୍ଷ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ରାଜନୀତିରେ ଅନେକ ସମୟରେ ବଡ କାମ ପାଇଁ ତ୍ୟାଗ କରିବାକୁ ପଡିଥାଏ । ଏପରି ତ୍ୟାଗ କରିବାରେ ବିଜେପି ସବୁବେଳେ ଆଗରେ । ବିହାର ସାଂସଦମାନଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ନୂଆ ନୂଆ ଜ୍ଞାନକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରି ତା ମାଧ୍ୟମରେ ଲୋକଙ୍କ ସହ ଯୋଡି ହୋଇ ରୁହ ।

Comments are closed.