Latest Odisha News

ବାର୍ଦ୍ଧକ୍ୟ ଉପରେ ବ୍ରେକ୍‌: ୭୫ ବର୍ଷ ବୟସରେ ସୁପର ମଡେଲ୍

ବ୍ରିଟେନ୍‌: ଯଦି ତୁମେ ହୃଦୟରେ ଯୁବକ, ତାହାହେଲେ ଯେକୌଣସି ବୟସରେ ଗ୍ଲାମରସ୍ ଦେଖାଯିବେ । ତା’ପରେ ବୟସ କେବଳ ଏକ ସଂଖ୍ୟା ପାଲଟିଯିବ । ଆଜି ଆମେ ଆପଣଙ୍କୁ ଏପରି ଜଣେ ବୃଦ୍ଧାଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କୁ ଦେଖିଲେ ଜଣେ ସୁନ୍ଦରୀ ଯୁବତୀ ଭାବିବେ । ବାସ୍ତବରେ ସେ ୭୫ ବର୍ଷରେ ବି ସୁପର ମଡ଼େଲ । ବୟସର ଏହି ପର୍ଯ୍ୟାୟରେ ମଧ୍ୟ ସେ ବହୁତ ସୁନ୍ଦର ଦେଖାଯାନ୍ତି ।

ଆମେ ୭୫ ବର୍ଷୀୟା ବ୍ରିଟିଶ ମଡେଲ ନର୍ମା ୱିଲିୟମ୍ସଙ୍କ ବିଷୟରେ କହୁଛୁ । ସେ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ଅତିକ୍ରମ କରିଛନ୍ତି ଏବଂ ତାଙ୍କ ପାଇଁ ବୟସ ମାତ୍ର ଏକ ସଂଖ୍ୟା । ସେଥିପାଇଁ ସେ ଏତେ ବୟସରେ ଯୁବତୀ ଦେଖାଯାନ୍ତି । ସାଧାରଣତଃ ବାର୍ଦ୍ଧକ୍ୟ ହେଲେ ଶରୀର ଦୁର୍ବଳ ହୋଇଯାଏ । କାମ କରିବାର କ୍ଷମତା କମିଯାଏ । କିନ୍ତୁ ନର୍ମାଙ୍କ କ୍ଷେତ୍ରରେ ଏପରି କିଛି ନାହିଁ ।ଏହି ବୟସରେ ମଧ୍ୟ ନର୍ମା ମଡେଲିଂ କରନ୍ତି । ନିଜକୁ ଫିଟ୍ ରଖିବା ପାଇଁ ଖାଦ୍ୟରେ ନିୟନ୍ତ୍ରଣ ରଖିବା ସହ ନିୟମିତ ଜିମ୍ ଯାଆନ୍ତି । ପ୍ରତ୍ୟେକ ଦିନ ୯ରୁ ୧୦ କିମି ଚାଲନ୍ତି । ଯୋଗ ବି କରନ୍ତି । ସୋସିଆଲ ମିଡ଼ିଆରେ ମଧ୍ୟ ବହୁତ ସକ୍ରିୟ ଅଟନ୍ତି ।

ସରକାରୀ ଚାକିରିରୁ ଅବସର ନେଇଥିବା ନର୍ମା କହିିଛନ୍ତି ଯେ,ଯେତେବେଳେ ତାଙ୍କୁ ୨୦ ବର୍ଷ ହୋଇଥିଲା, ସେତେବେଳେ ତାଙ୍କର ଓଜନ ବହୁତ ଅଧିକ ଥିଲା । ଏବେ କିନ୍ତୁ ମୁଁ ନିଜକୁ ଫିଟ୍ ରଖିପାରିଛି । କିଶୋରଙ୍କ ଅପେକ୍ଷା ତାଙ୍କର ଅଧିକ ଶକ୍ତି ଅଛି । ସେ ନିଜକୁ ୨୦ ବର୍ଷର ଯୁବତୀ ବୋଲି ଭାବନ୍ତି । ତାଙ୍କ ପରି ଫିଟ୍ ରୁହନ୍ତି । ମୋ ମୁହଁରେ କିଛି କୁଞ୍ଚନ ନ ଆସିବା ପାଇଁ ମୁଁ ଯତ୍ନ ନିଏ । ଏହି ବୟସରେ ମଧ୍ୟ ତାଙ୍କର ଶରୀରରେ କୌଣସି ଯନ୍ତ୍ରଣା ବି ନାହିଁ । ତାଙ୍କୁ କେବେ ବି କ୍ଲାନ୍ତ ଦେଖିବାକୁ ମିଳେ ନାହିଁ ।

Comments are closed.