Latest Odisha News

ଅଭୁଲା ଗୀତ : ବନଫୁଲ ବନେ

ଗାୟନ : ପ୍ରଫୁଲ୍ଲ କୁମାର ସିଂହଦେଓ
ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
ଚଳଚ୍ଚିତ୍ର : ରୋଲସ୍ ଟୁ ଏଇଟ୍‌, ୧୯୫୦

BjdElectrycity

ବନଫୁଲ ବନେ

ବନଫୁଲ ବନେ ଝାଉଁଳିଲା
ବନଫୁଲ ବନେ ଝାଉଁଳିଲା
ଦଗାଦିଆ ଭଅଁର ସେ
ଦୂର ଦେଖା ଦେଲାରେ

ଦଗାଦିଆ ଭଅଁର ସେ
ଦୂର ଦେଖା ଦେଲାରେ
ସଞ୍ଜ ଗଡ଼ି ରାତି ହେଲା
ଫୁକିଆ ଉଇଁଲା
ଆଜି ଗଲା କାଲି ହେଲା
ଆଜି ପୁଣି ଗଲା ତ ସେ କାଲି ନାହିଲା
ଧନ! ମନ ମଉଳିଲାରେ
ବନଫୁଲ ବନେ ଝାଉଁଳିଲା

ବଉଳ ବାସିଲା
ଚୋରା ମଳୟ ବହିଲା
କୋଇଲି ଡାକିଲା
ଋତୁ ବସନ୍ତ ବିତିଲାରେ
ମନ ମନେ ମଲା
ଧନ ମୁଖ ଲୁଚାଇଲାରେ
ବନଫୁଲ ବନେ ଝାଉଁଳିଲା

ଧାରା ବରଷା ଗହଳେ
ଡାହୁକ ରଟିଲା
ଚଡ଼କ ଖୋଜି ବିଜୁଳି ଆସି
ହାରିଗଲାରେ
ସେ କି ନ ଆସିଲା
ଧନ ମନୁ ପାସୋରିଲାରେ
ବନଫୁଲ ବନେ ଝାଉଁଳିଲା

ଚାହୁଁ ଚାହୁଁ ଶୀତ ଆସି କୁହୁଡ଼ି ହଟିଲା
ଆଖି ଆଗେ ବିଷମେଘ
ପରଳ ଘେରିଲାରେ
ଭେଖ ଦୂର ହେଲା
ଧନ ମନୁ ପାଶୋରିଲାରେ
ବନଫୁଲ ବନେ ଝାଉଁଳିଲା

ଆଜି ଗଲା କାଲି ହେଲା
ଆଜି ପୁଣି ଗଲା ତ ସେ କାଲି ନାହିଲା
ଧନ! ମନ ମଉଳିଲାରେ
ବନଫୁଲ ବନେ ଝାଉଁଳିଲା

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.