ମୁମ୍ବାଇ: ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ ନିକଟରେ ମୁକ୍ତିଲାଭ କରିଛି । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ଶବାନା ଆଜମୀ ଏକ ଚୁମ୍ବନ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରାୟ ୧୬ବର୍ଷ ପରେ ପରଦାରେ ଧର୍ମେନ୍ଦ୍ରଙ୍କୁ ଏଭଳି ଚୁମ୍ବନ ଦୃଶ୍ୟ କରୁଥିବାର ଦେଖିବାକୁ ମିଳିଛି । ଏହି ଦୃଶ୍ୟକୁ କିଛି ଲୋକ ପସନ୍ଦ କରିଥିବା ବେଳେ ଆଉ କିଛି ନାପସନ୍ଦ କରିଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ପୂର୍ବରୁ ଧର୍ମେନ୍ଦ୍ର ଓ ଶବାନା ପ୍ରତିକ୍ରିୟା ଦେଇସାରିଥିବା ବେଳେ ଏବେ ଅଭିନେତ୍ରୀ ତଥା ଧର୍ମେନ୍ଦ୍ରଙ୍କ ପତ୍ନୀ ହେମାମାଳିନୀ ନିଜର ପ୍ରତିିକ୍ରିୟା ରଖିଛନ୍ତି ।
ଏବେ ହେମା ମାଳିନୀ ଜମ୍ମୁରେ ଅଛନ୍ତି । ଶବାନାଙ୍କ ସହ ଧର୍ମେନ୍ଦ୍ରଙ୍କ ଚୁମ୍ବନ ଦୃଶ୍ୟକୁ ନେଇ ସେ କହିଛନ୍ତି କି ‘ମୁଁ ଏପର୍ଯ୍ୟନ୍ତ ଏହି ଦୃଶ୍ୟକୁ ଦେଖିନାହିଁ । ମୁଁ ନିଶ୍ଚିତ ଯେ ଲୋକେ ତାଙ୍କୁ ଏହି ଫିଲ୍ମରେ ଖୁବ୍ ପସନ୍ଦ କରିଥିବେ । ମୁଁ ତାଙ୍କୁ ନେଇ ବହୁତ ଖୁସି । କାରଣ ସେ ସବୁବେଳେ କ୍ୟାମେରା ସାମ୍ନାରେ ରହିବାକୁ ପସନ୍ଦ କରନ୍ତିି ।
Comments are closed.