Latest Odisha News

BREAKING NEWS

ନନ୍ଦନକାନନରେ ଅସୁସ୍ଥ ନୀଳଗାଈର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ନଂ ଖୁଆଡରେ ରହୁଥିବା ଏକ ଅସୁସ୍ଥ ମାଈ ନୀଳଗାଈର ରବିବାର ମଧ୍ୟାହ୍ନରେ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ପରେ ନମୁନା ସଂଗ୍ରହ ହୋଇ ଲାବରେଟୋରିକୁ ପଠାଯାଇଛି।

କିଛିଦିନ ହେବ ନୀଳଗାଈଟି ଅସୁସ୍ଥ ହୋଇପଡିଥିଲା। କିଛି ଦିନ ହେବ ଠିକ ଭାବେ ଖାଦ୍ୟ ଗ୍ରହଣ କରିପାରୁନଥିଲା ବୋଲି ତାକୁ ଅଲଗା କରି ଚିକିତ୍ସା କରୁଥିଲେ ପ୍ରାଣୀ ଚିକିତ୍ସକ। କିନ୍ତୁ ରବିବାର ମଧ୍ୟାହ୍ନରେ ହଠାତ୍ ପ୍ରାଣୀ ଚିକିତ୍ସକ ଖୁଆଡରେ ପହଞ୍ଚି ନୀଳଗାଈର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା।

Comments are closed.