Latest Odisha News

ମଧୁବାବୁ ଯୋଜନାରେ ଯୋଡି ହେଲେ ଆଉ ୪ ଲକ୍ଷ ହିତାଧିକାରୀ

ଭୁବନେଶ୍ବର : ବଢିଲା ମଧୁବାବୁ ପେନସନ୍ ଯୋଜନା ପରିସର । ମଧୁବାବୁ ଯୋଜନାରେ ଯୋଡି ହୋଇଛନ୍ତି ଆଉ ୪ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ । ବିଶେଷ କରି ବୃଦ୍ଧ, ବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଏହି ଭତ୍ତା ମିଳିବ ।
ଅଗଷ୍ଟ ୧୫ ତାରିଖରେ ଏଥିରେ ସାମିଲ ଥିବା ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯିବ । ନୂଆ କରି ସାମିଲ ହୋଇଥିବା ହିତାଧିକାରୀଙ୍କୁ ମିଶାଇଲେ ଏହି ଯୋଜନାରେ ଏବେ  ସଂଖ୍ୟା ୩୨.୭୫ ହଜାର ଲୋକ ଉପକୃତ ହେଉଛନ୍ତି ।

ଏହି ଯୋଜନାରେ ହିତାଧିକାରୀଙ୍କୁ ମାସିକ ୫୦୦ , ୭୦୦ ଏବଂ ୯୦୦ ଟଙ୍କା ମିଳୁଛି । ୭୯ବର୍ଷ କିମ୍ବା ତାଠୁ କମ୍ ହିତାଧିକାରୀଙ୍କୁ ମାସିକ ୫ଶହ ଟଙ୍କା, ୮୦ରୁ ଅଧିକ ବୟସ୍କଙ୍କୁ ମାସିକ ୭ଶହ ଟଙ୍କା ଦିଆଯାଉଛି। ନୂଆ ହିତାଧିକାରୀଙ୍କୁ ସେମାନଙ୍କ ପ୍ରଥମ ପେନସନ୍ ଅଗଷ୍ଟ ୧୫ତାରିଖ ଜନସେବା ଦିବସରେ ମିଳିବ । ଗ୍ରାମପଞ୍ଚାୟତ ହେଡକ୍ବାଟର୍ ଓ ଓ୍ବାର୍ଡ କାର୍ଯ୍ୟାଳୟରେ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ ପେନସନ୍ ଦିଆଯିବ। ଏହି ଯୋଜନାରେ  ବୟସ୍କ, ବିଧବା, ଦିବ୍ୟାଙ୍ଗ, ଅବିବାହିତ ମହିଳା, କୋଭିଡରେ ଅନାଥ ପିଲା, ଏଡସ ରୋଗୀଙ୍କୁ ସାମିଲ କରାଯାଇଛି  । ।

୪୦ରୁ ୫୯ପ୍ରତିଶତ ଦିବ୍ୟାଙ୍ଗଙ୍କୁ ୫ଶହ, ୬୦ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ୭ଶହ, ୬୦ ପ୍ରତିଶତରୁ ଅଧିକ ଶାରିରୀକ ଅକ୍ଷମତା ଥିବା ୮୦ବର୍ଷରୁ ଅଧିକଙ୍କୁ ମାସିକ ୯ଶହ ଟଙ୍କା ପେନସନ୍ ଦିଆଯାଉଛି ।

Comments are closed.