Latest Odisha News

ଆମେରିକାର ପରମାଣୁ ମିସାଇଲ ବେସରେ କାମ କରୁଥିବା ୨୬୮ ବ୍ୟକ୍ତିଙ୍କୁ କ୍ୟାନ୍ସର

ନ୍ୟୁୟର୍କ: ଆମେରିକାର ପରମାଣୁ ମିସାଇଲ ବେସରେ କାର୍ଯ୍ୟ କରଥିବା ୨୬୮ ବ୍ୟକ୍ତି କ୍ୟାନ୍ସର ଆକ୍ରାନ୍ତ ଜଣାପଡିବା ପରେ ଚିନ୍ତାର ବାତାବରଣ ଖେଳି ଯାଇଛି । ଆମେରିକା ଏୟାରଫୋର୍ସ ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି । ମୋଟେଂନା ବେସରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ସାମ୍ପୁଲରୁ କ୍ୟାନ୍ସର ସୃଷ୍ଟି କରୁଥିବା ପିସିବିର ମାତ୍ରା ମିଳିଛି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ମିସାଇଲ ବେସକୁ ତୁରନ୍ତ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ କଣିକା ଯୋଗୁ କ୍ୟାନ୍ସର ହେଉଛି ତାକୁ ନଷ୍ଟ କରିବା ପାଇଁ କୁହାଯାଇଛି ।

ବେସରେ କାର୍ଯ୍ୟ କରୁଥିବା ଅଧିକାଂଶ ବ୍ଲଡ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ । ସରକାରଙ୍କ ପକ୍ଷରୁ ପୀଡିତଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ କୁହାଯାଇଛି । ୬୦ ବର୍ଷ ତଳୁ ଅଣ୍ଡରଗ୍ରାଉଣ୍ଡ ବଙ୍କରରେ ଏହି କାର୍ଯ୍ୟ ଚାଲୁଛି । ଖରାପ ଭେଂଟିଲେଟର, ଦୂଷିତ ପାଣି ଓ ବିଷାକ୍ତ ପଦାର୍ଥ ମେଳରେ ରହିବା ଯୋଗୁ କ୍ୟାନ୍ସର ହୋଇଥିବା ଆଶଙ୍କା କରାଯାଉଛି ।

Comments are closed.