Latest Odisha News

ଚର୍ଚ୍ଚାରେ BSNL ର ଏହି ପ୍ଲାନ, ୫୦୦ରୁ କମ ଟଙ୍କାରେ ରିଚାର୍ଜ କଲେ ମିଳୁଛି ୧୮୦ ଦିନର ଭେଲିଡିଟି

ନୂଆଦିଲ୍ଲୀ: ଟେଲିକମ୍ ବଜାର ଏବେ ଅଧିକ ପ୍ରତିଦ୍ୱନ୍ଦୀତାମୂଳକ ହୋଇଛି। ଟେଲିକମ୍ କମ୍ପାନୀମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ଭଳି କି ଭଳି ଅଫର୍ ଆଣୁଛନ୍ତି। ସରକାରୀ ଟେଲିକମ୍ କମ୍ପାନୀ ବିଏସ୍‌ଏନ୍‌ଏଲ୍ (BSNL) ସବୁବେଳେ ଗ୍ରାହକଙ୍କ ପାଇଁ ସୁଲଭ ଏବଂ ଶସ୍ତା ରିଚାର୍ଜ ଯୋଜନା ଆଣିଥାଏ। ଜିଓ ଏବଂ ଏୟାରଟେଲକୁ କଡ଼ା ଟକ୍କର ଦେବା ଲାଗି ଗତ କିଛି ଦନ ମଧ୍ୟରେ ବିଏସ୍‌ଏନ୍‌ଏଲ୍ ଅନେକ ଭଲ ଭଲ ଅଫର୍ସ ପ୍ଲାନ ଲଞ୍ଚ କରିଛି। ବିଏସ୍‌ଏନ୍‌ଏଲ୍‌ର ରିଚାର୍ଜ ପୋର୍ଟଫୋଲିଓରେ ଏପରି ଅନେକ ଯୋଜନା ଅଛି ଯେଉଥିରେ ପର୍ଯ୍ୟାପ୍ତ ଡାଟା ଏବଂ ବୈଧତା ପ୍ରଦାନ କରେ। ଏହି ବିଶେଷ ଯୋଜନାରେ ଉପଭୋକ୍ତାମାନଙ୍କୁ ମିଳିବ ୬ ମାସର ଦୀର୍ଘ ବୈଧତା।

ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନ ଅନ୍ୟ କମ୍ପାନୀ ଅପେକ୍ଷା ଅଧିକ ଅଫର୍ ଦେଇଥାଏ। ଏହି ପ୍ଲାନରେ ୫୦୦ ରୁ କମ୍ ମୂଲ୍ୟରେ ଲମ୍ବା ବୈଧତା ସହିତ ଆପଣ ଅନ୍ୟାନ୍ୟ ଅନେକ ଲାଭ ମଧ୍ୟ ପାଇପାରିବେ। ଜଣେ ଉପଭୋକ୍ତା ୪୯୮ ଟଙ୍କା ରିଚାର୍ଜ କରନ୍ତି, ତେବେ ଏହି ଯୋଜନାରେ ସମ୍ପୂର୍ଣ୍ଣ ୧୮୦ ଦିନର ଭେଲିଡିଟି ପାଇବେ। ଏହି ପ୍ଲାନ ନେବା ପରେ ଜଣେ ଉପଭୋକ୍ତାଙ୍କୁ ବାରମ୍ବାର ରିଚାର୍ଜ କରିବାକୁ ପଡିବ ନାହିଁ।

ଯେଉଁମାନେ କମ୍ ଫୋନରେ କମ କଥା ହୁଅନ୍ତି ଏବଂ ଅଧିକ ଭେଲିଡିଟି ଚାହାଁନ୍ତି ସେମାନଙ୍କ ପାଇଁ ଏହି ଯୋଜନା ଭଲ। ଏହି ଯୋଜନାରେ, ଆପଣଙ୍କୁ ପ୍ରତି ମିନିଟରେ ୧୦ ପଇସା ହାରରେ ବିଏସ୍‌ଏନ୍‌ଏଲ୍‌ ନେଟୱାର୍କକୁ କଲ କରିବାର ସୁବିଧା ଦିଆଯାଇଛି। ଯଦି ଆପଣ ଅନ୍ୟ କୌଣସି ନେଟୱାର୍କ ସହ ସମ୍ପର୍କ କରନ୍ତି ତେବେ ଆପଣଙ୍କୁ ପ୍ରତି ମିନିଟରେ ୩୦ ପଇସା ଚାର୍ଜ ଦେବାକୁ ପଡିବ। ଏହି ଯୋଜନା ସହିତ କମ୍ପାନୀ ଆପଣଙ୍କୁ ୧୦୦ ଟଙ୍କାର ଟକ୍ ଟାଇମ୍ ମଧ୍ୟ ଦେଉଛି।

ଯଦି ଆପଣ ମାଗଣା ଡାଟା ଏବଂ ମାଗଣା କଲିଂର ସୁବିଧା ଚାହୁଁଛନ୍ତି, ତେବେ ଆପଣ ଏହି ଯୋଜନାରେ ପାଇବେ ନାହିଁ। କିନ୍ତୁ ଯଦି ଆପଣଙ୍କୁ ଅଧିକ ଡାଟା ଏବଂ କଲିଂର ଆବଶ୍ୟକତା ନାହିଁ, ତେବେ ଆପଣ ନିଶ୍ଚିତ ଭାବରେ ଏହି ଯୋଜନାକୁ ସକ୍ରିୟ କରିପାରିବେ। ୧୮୦ ଦିନ ଭେଲିଡିଟି ପାଇଁ ଅନ୍ୟ କମ୍ପାନୀଗୁଡିକ ବିଏସ୍‌ଏନ୍‌ଏଲଠାରୁ ଅଧିକ ଚାର୍ଜ କରନ୍ତି।

Comments are closed.