Latest Odisha News

ରାହୁଲଙ୍କ ତୀରରେ କଂଗ୍ରେସକୁ ଜବାବ ଦେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ଆଜି ଅନସ୍ଥା ପ୍ରସ୍ତାବ ଉପରେ ଆଲୋଚନାର ୨ୟ ଦିନ । ଲୋକସଭାରେ ଏ ନେଇ ଆଲୋଚନା ଆରମ୍ଭ ହୋଇ ଯାଇଛି । ଆଜି ରାହୁଲ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ମତ ରଖି ମଣିପୁର ପ୍ରସଙ୍ଗ ଉପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ରାହୁଲ କହିଥିଲେ, ପ୍ରଧାନମନ୍ତ୍ରୀ ମଣିପୁର ଗଲେନି । କାରଣ ତାଙ୍କ ପାଇଁ ମଣିପୁର ଭାରତରେ ନାହିଁ । ମଣିପୁରରେ ହିନ୍ଦୁସ୍ଥାନର ହତ୍ୟା କରାଯାଇଛି । ଭାରତମାତାକୁ ହତ୍ୟା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ରାହୁଲ କହିଥିଲେ, ‘ଆପଣ ମଣିପୁରକୁ ଦୁଇ ଭାଗ କରିଦେଲେ । ମଣିପୁରକୁ ଭାଙ୍ଗି ଦେଲେ ।’

ରାହୁଲଙ୍କ କଥାର ଜବାବ ରଖିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସ୍ମୃତି ଇରାନୀ ରାହୁଲଙ୍କ ତୀରରେ ପୁରା କଂଗ୍ରେସ ଦଳକୁ ଜବାବ ଦେଇଥିଲେ । ସେ କହିଥିଲେ, ପ୍ରଥମ ଥର ପାଇଁ ଦେଶର ଇତିହାସରେ ଭାରତ ମାତାର ହତ୍ୟା କଥା କୁହାଯାଇଛି । ଆଉ କଂଗ୍ରେସ ନେତା ଏହି କଥାରେ ତାଳି ବଜାଉଛନ୍ତି । ଯିଏ ଭାରତ ମାତାର ହତ୍ୟା ଉପରେ ତାଳି ବଜାଇପାରେ, ଏଥିରୁ ଏକଥା ସ୍ପଷ୍ଟ ହୁଏ ଯେ, ଗଦ୍ଦାର କିଏ ।’

ମଣିପୁରରେ ଭାରତମାତାର ହତ୍ୟା ପ୍ରସଙ୍ଗରେ ରାହୁଲଙ୍କୁ ପାଲଟା ଆକ୍ରମଣ କରି ସ୍ମୃତି ଇରାନୀ   କଶ୍ମୀର ପଣ୍ଡିତଙ୍କ ସହ ହୋଇଥିବା ଅତ୍ୟାଚାର ପ୍ରସଙ୍ଗ ଉଠାଇଥିଲେ ।  ୧୯୮୪ରେ ଶିଖ ଦଙ୍ଗାରେ ମହିଳାଙ୍କ ସହ ହୋଇଥିବା ଅତ୍ୟାଚାର ଘଟଣା ଉଠାଇଥିଲେ । ସେ କହିଥିଲେ ତାଙ୍କର ଇତିହାସ ରକ୍ତରେ ଭିଜି ଯାଇଛି । ସ୍ମୃତି ଇରାନୀଏହି ସମୟରେ ଇରାନୀ ଗିରିଜା ଟିକ୍କୁ, ଶୀଲା ଭଟ୍ଟଙ୍କ ସହ ହୋଇଥିବା ଘଟଣାକୁ ମଧ୍ୟ ଉଠାଇଥିଲେ ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ, ମୁଁ ଆପଣଙ୍କ ଆଣ୍ଠୁ ଦରଜ ଉପରେ କିଛି କହିବିନି । ହେଲେ ଯେଉଁ ଯାତ୍ରା ପ୍ରସଙ୍ଗରେ କହୁଥିଲେ ସେ ସମ୍ପର୍କରେ କହିବି । ସ୍ମୃତି ଇରାନୀ କହିଥିଲେ, ଯାତ୍ରା ସମୟରେ ରାହୁଲ ନିଜ ପରିଜନଙ୍କ ସହ ବରଫରେ ଖେଳୁଥିବା ନଜର ଆସିଥିଲା । ହେଲେ ତାଙ୍କୁ ଜଣା ନାହିଁ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ୩୭୦ ହଟାଯିବା ପରେ ଏହା ସମ୍ଭବ ହୋଇଛି ।

Comments are closed.