ମସ୍କୋ: ଚନ୍ଦ୍ରଯାନ-୩ ଉତକ୍ଷେପଣ ପରେ ରୁଷ ଆରମ୍ଭ କରିଛି ତାର ମୁନ ମିଶନ । ଏହି ମିଶନ ଅନୁସାରେ ଆଜି ପ୍ରତ୍ୟୁଷରୁ ରୁଷ ତାର ‘ଲୁନା-୨୫’ ସଫଳତାପୂର୍ବକ ଲଞ୍ଚ କରିଛି । ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ସପ୍ଟ ଲାଣ୍ଡିଂ କରିବାରେ ଏହା ହେବ ପ୍ରଥମ ରାଷ୍ଟ୍ର । ଯଦିଓ ଭାରତର ଚନ୍ଦ୍ରଯାନ-୩ ପ୍ରଥମେ ଉତକ୍ଷେପଣ କରାଯାଇଥିଲା ତେବେ ରୁଷର ଲୁନା-୨୫ ପ୍ରଥମେ ଯାଇ ଚନ୍ଦ୍ରରେ ପହଞ୍ଚିବ ବୋଲି ଋଷର ବୈଜ୍ଞାନିକମାନେ ଦାବି କରିଛନ୍ତି ।
ଋଷ ୪୭ ବର୍ଷ ପରେ ରୁଷ ପ୍ରଥମ ଥର ପାଇଁ ଚନ୍ଦ୍ରକୁ ମହାକାଶ ଯାନକୁ ଉତକ୍ଷେପଣ କରିଛି । ସଫଳତାର ସହ ମସ୍କୋ ଲଞ୍ଚ କରିଛି ଲୁନା-୨୫ । ଏହା ଭାରତର ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପୂର୍ବରୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ । ଆଜି ଭୋର୍ ୪ଟା ୪୦ ମିନିଟରେ ରକେଟ୍ ଉତକ୍ଷେପଣ କରାଯାଇଛି ।
ଏହି ମିଶନ ର ନାଁ ରହିଛି ଲୁନା-୨୫ । ଏହା ପୃଥିବୀର କକ୍ଷପଥରେ ଘୂରିବା ପରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ । ପରେ ଅଗଷ୍ଟ ୨୧ କିମ୍ବା ୨୨ ତାରିଖରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ସୂଚନା ରହିଛି । ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ମାଟିର ପରୀକ୍ଷଣ କରିବ । ଚନ୍ଦ୍ରପୃଷ୍ଠର ସଂରଚନା ସମ୍ପର୍କରେ ପରୀକ୍ଷା ନିରୀକ୍ଷା କରିବ । ରୁଷ୍ ଭୋସ୍ତୋଚନି କୋସମୋଡ୍ରୋମରୁ ଲୁନା ୨୫ ର ଉତକ୍ଷେପଣ କରାଯାଇଛି । ରୁଷର ମହାକାଶ ଏଜେନ୍ସି ରୋସକୋସମୋସ୍ ର ସୂଚନା ଅନୁଯାୟୀ ଲୁନା-୨୫ ପ୍ରକ୍ଷେପଣର ୫ ଦିନ ପରେ ଏହା ଚନ୍ଦ୍ରରେ ପହଞ୍ଚିବ । ଏହାପରେ ୫-୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରର ଅର୍ବିଟରେ ଘୂରିବ । ଅର୍ଥାତ ଏହା ଅଗଷ୍ଟ ୧୬ ତାରିଖ ଦିନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ଓ ଅଗଷ୍ଟ ୨୧ ତାରିଖରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ।
Comments are closed.