Latest Odisha News

BREAKING NEWS

ଚନ୍ଦ୍ରରେ ଟ୍ରାଫିକ ଜାମ : ଚନ୍ଦ୍ରାୟାନର ୩ ପ୍ରତି ବିପଦ ଅଛି କି ?

ନୂଆଦିଲ୍ଲୀ: ଭାରତର ମିଶନ ଚନ୍ଦ୍ରାୟାନ ୩ର ଲକ୍ଷ୍ୟ ୨୩ ଅଗଷ୍ଟରେ କିପରି ଚନ୍ଦ୍ରରେ ସଫଳତାର ସହ ଲ୍ୟାଣ୍ଡିଂ କରିବ । ସେହି ସମୟରେ ରୁଷର ମିଶନ ଲୁନା ୨୫ ମଧ୍ୟ ଲ୍ୟାଣ୍ଡିଂ କରିବାକୁ ଅଛି । ଅଗଷ୍ଟ ୧୧ରେ ଲୁନା-୨୫କୁ ମହାକାଶକୁ ପଠା ଯାଇଥିଲା । ସେହିପରି ଚନ୍ଦ୍ରାୟାନ ୩କୁ ଭାରତ ୧୩ ଜୁଲାଇରେ ଲଂଚ କରିଥିଲା । ରିପୋର୍ଟ ମୁତାବକ ଚନ୍ଦ୍ରରେ ଏବେ ୬ଟି ମିଶନ ଆକ୍ଟିଭ ଅଛି । ଏଗୁଡିକ ହେଲା ନାସାର ଆର୍ଟିମିସ ପି ୧ ଓ ଆର୍ଟିମିସ ପି ୨ । ଏମାନେ ଚନ୍ଦ୍ର କକ୍ଷପତ୍ରରେ ଏବେ ଘୁରି ବୁଲୁଛନ୍ତି । ନାସାର ଚନ୍ଦ୍ର ଟୋହୀ ଅର୍ବିଟେଟର, ଇସ୍ରୋରେ ଚନ୍ଦ୍ରାୟନ ୨, କୋରିଆର ପାଥଫାଇଣ୍ଡର ଲୁନାର ଅର୍ବିଟେର ଓ ନାସାର କ୍ୟାପଷ୍ଟୋନ ଏଲ ୨ ଓ ଜାପାନର ୟାନା ଓଉନା ମଧ୍ୟ ଚନ୍ଦ୍ର cକକ୍ଷପଥରେ ଘୁରି ବୁଲୁଛନ୍ତି ।

ମନରେ ସ୍ୱତଃ ପ୍ରଶ୍ନ ଆସେ ଯେ, ଏହା ଆମ ମିଶନ ପ୍ରତି ବିପଦ ସୃଷ୍ଟି କରିବ ନାହିଁ ତ? କକ୍ଷପଥରେ ମୁହାଁମୁହିଁ ହେଲେ ଏଗୁଡିକ ପରସ୍ପର ଧକ୍କା ହେବା ସମ୍ଭାବନାକୁ ଏଡାଇ ଦେଇ ହେବନି । ତେବେ ଏଥିପାଇଁ ବିକଳ୍ପ ଉପାୟ ଅବଲମ୍ବନ କରାଯାଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏଜେନ୍ସିଗୁଡିକ ମଧ୍ୟରେ ଏ ନେଇ ସମନ୍ୱୟ ରହିବା ଜରୁରୀ । ଚନ୍ଦ୍ରାୟାନ ୩କୁ ୧୫୦ କିଲୋମିଟର ଉପରେ ଗୋଲାକାର ଏଲଏଲଓରେ ଚନ୍ଦ୍ରମାକୁ ପରିକ୍ରମା କରିବ ବୋଲି ଆଶା ରଖାଯାଇଛି ।

Comments are closed.