Latest Odisha News

BREAKING NEWS

ଝରକା ତାଡ଼ି ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ, ପ୍ରାୟ ୧୭ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ଅଭିଯୋଗ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଝରକା ତାଡ଼ି ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ। ଟଙ୍କା ଓ ସୁନା ମିଶାଇ ପ୍ରାୟ ୧୭ ଲକ୍ଷ ଟଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚଢେଇଭୋଳ ବଜାର ଅଞ୍ଚଳର ସେକ୍ ନରୁଲ ଇସଲାମ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ରବିବାର ରାତିରେ ସେକ୍ ନରୁଲ ଇସଲାମଙ୍କ ଘରେ କେହି ନଥିବା ସମୟରେ ଦୁର୍ବୃତ୍ତମାନେ ପଛ ପାଚେରୀ ଡେଇଁ ଝରକାର ଗ୍ରିଲ୍ ତାଡ଼ି ଆଲମାରୀରେ ଥିବା ନଗଦ ୨ ଲକ୍ଷ ଟଙ୍କା ଓ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ। ଘଟଣା ଘଟିବାର କିଛି ସମୟ ପରେ ସେକ୍ ନରୁଲ ଇସଲାମ ଘରକୁ ଫେରି ଚୋରି ହୋଇଥିବା ଜାଣି କରଞ୍ଜିଆ ଥାନାରେ ଏତଲା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଦୁଇଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।

Comments are closed.