ନୂଆଦିଲ୍ଲୀ: ଅଗଷ୍ଟ ୧୫ ରେ ଲାଲକିଲ୍ଲା ପ୍ରାଚିରରୁ ପତାକା ଉତ୍ତଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତ ଥର ପତାକା ଉତ୍ତୋଳନରେ ମୋଦୀଙ୍କୁ ସହଯୋଗ କରିବେ ଦୁଇ ମହିଳା ସେନା ଅଧିକାରୀ। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ମେଜର ନିକିତା ନାୟାର ଏବଂ ମେଜର ଜସ୍ମିନ କୌର ପ୍ରଧାନମନ୍ତ୍ରୀଙ୍କୁ ଜାତୀୟ ପତାକା ଉତ୍ତୋଳନ କରିବାରେ ସହାୟତା କରିବେ।
ବିଶିଷ୍ଟ ୮୭୧୧ ଫିଲ୍ଡ ବ୍ୟାଟେରୀ (ଔପଚାରିକ) ର ବନ୍ଧୁକଧାରୀଙ୍କ ଦ୍ୱାରା ୨୧ତୋପ ସଲାମି ସହିତ ଏହି କାର୍ଯ୍ୟକ୍ରମ ସଂଯୋଜିତ ହେବ। ଲେଫ୍ଟନାଣ୍ଟ କର୍ଣ୍ଣେଲ ବିକାଶ କୁମାର କାର୍ଯ୍ୟକ୍ରମର ଔପଚାରିକର କମାନ ସମ୍ଭାଳିବେ ଏବଂ ନାଇବ ସୁବେଦାର (ଏଆଇଜି) ଅନୁପ ସିଂ ଗନ ପୋଜିସନ ଅଫିସର ହେବେ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ହେବା ମାତ୍ରେ ଭାରତୀୟ ବାୟୁସେନାର ଦୁଇଟି ଉନ୍ନତ ଲାଇଟ ହେଲିକପ୍ଟର ମାର୍କ-୩ ଧ୍ରୁବ କାର୍ଯକ୍ରମ ଆୟୋଜିତ ହୋଇଥିବା ସ୍ଥାନରେ ପୁଷ୍ପ ବୃଷ୍ଟି କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିବେ।
ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଜାତୀୟ ଯୁଦ୍ଧ ମେମୋରିଆଲ, ଇଣ୍ଡିଆ ଗେଟ୍, ବିଜୟ ଛକ, ନୂଆଦିଲ୍ଲୀ ରେଳ ଷ୍ଟେସନ୍, ପ୍ରଗତି ମଇଦାନ, ରାଜ ଘାଟ, ଜାମା ମସଜିଦ୍ ମେଟ୍ରୋ ଷ୍ଟେସନ୍, ରାଜୀବ ଛକ ମେଟ୍ରୋ ଷ୍ଟେସନ୍, ଦିଲ୍ଲୀ ଗେଟ୍ ମେଟ୍ରୋ ଷ୍ଟେସନ୍, ଆଇଟିଓ ମେଟ୍ରୋ ଗେଟ୍, ନୌବତ୍ ଖାନା ଏବଂ ଶିଶ୍ ଗଞ୍ଜ ଗୁରୁଦ୍ୱାର ସମେତ 12 ଟି ସ୍ଥାନରେ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସରକାରଙ୍କ ପଦକ୍ଷେପ ପାଇଁ ଉତ୍ସର୍ଗୀକୃତ ସେଲଫି ପଏଣ୍ଟ ମଧ୍ୟ ତିଆରି କରାଯାଇଛି।
ସେହିପରି ବୟାନ ଅନୁଯାୟୀ, ରାଷ୍ଟ୍ରୀୟ କ୍ୟାଡେଟ କର୍ପସ (ଏନସିସି) ର କ୍ୟାଡେଟମାନେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଶେଷରେ ଜାତୀୟ ସଂଗୀତ ଗାନ କରିବେ। ଦେଶର ବିଭିନ୍ନ ବିଦ୍ୟାଳୟର ୧୧୦୦ ବାଳକ ଓ ବାଳିକା ଏନସିସି କ୍ୟାଡେଟ (ସେନା, ନୌସେନା ଏବଂ ବାୟୁସେନା) ଏଥିରେ ଅଂଶଗ୍ରହଣ କରିବେ। ଜ୍ଞାନପଥରେ ଆସନ ରଖାଯାଇଛି, ଯେଉଁଥିରେ କ୍ୟାଡେଟମାନେ ସରକାରୀ ଧଳା ପୋଷାକରେ ବସିବେ। ଏଥିସହ ଏନସିସି କ୍ୟାଡେଟମାନେ ଜ୍ଞାନପଥରେ ବସିବେ। ଅନ୍ୟ ଏକ ଆକର୍ଷଣ ହେଉଛି ଜି -୨୦ ପ୍ରତିକ ଚିହ୍ନ ହେବ, ଯାହା ଲାଲକିଲ୍ଲାରେ ଫୁଲ ସାଜସଜ୍ଜାର ଏକ ଅଂଶ ହେବ।
Comments are closed.