Latest Odisha News

ରାଜ୍ୟରେ ମାସେ ଯାଏଁ କୋହଳ ହେଲା ପ୍ରଦୂଷଣ ଚେକିଂ !

ଭୁବନେଶ୍ୱର: ରାଜ୍ୟରେ ଟ୍ରାଫିକ୍ ଯାଞ୍ଚ କଡାକଡି କରାଯାଉଥିବା ବେଳେ ପ୍ରଦୂଷଣ ସାର୍ଟିଫିକେଟ୍ ପାଇବା ଲାଗି ଆରଟିଓ ଅଫିସ୍ ଆଗରେ ଲୋକଙ୍କ ଭିଡ ଜମିବାରେ ଲାଗିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ଗାଡି ଚାଳକମାନଙ୍କ ଲାଗି ବୈଧ ‘ପ୍ରଦୂଷଣ ପ୍ରମାଣପତ୍ର’ ପାଇବା ତାରିଖକୁ ଆସନ୍ତା ଅକ୍ଟୋବର ୬ ଯାଏଁ ଘୁଞ୍ଚାଇଛନ୍ତି । ଯାହାଫଳରେ ଏବେ ପାଖାପାଖି ମାସେ ଯାଏଁ ଗାଡି ପ୍ରଦୂଷଣ ଚେକିଂକୁ କୋହଳ କରାଯିବ ।

ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଓ ପରିବହଦ ସଚିବ ଜି. ଶ୍ରୀନିବାସ କହିଛନ୍ତି, ଅଧିକାଂଶ ଲୋକଙ୍କ ପାଖରେ ପଲ୍ୟୁସନ୍ ସମ୍ପର୍କିତ ସାର୍ଟିଫିକେଟ୍ ନାହିଁ, ନୂଆ ପ୍ରମାଣ ପତ୍ର ଲାଗି ସମୟ ଲାଗୁଥିବାରୁ ମାସେ ଯାଏଁ ପଲ୍ୟୁସନ୍ ଚେକିଂକୁ କୋହଲ କରାଯିବ।

ସେ ଆହୁରି ମଧ୍ୟ କହିଛନ୍ତି, ନୂଆ ସଂଶୋଧିତ ମୋଟର ଯାନ ଅଧିନିୟମ ୨୦୧୯ ଅନୁଯାୟୀ ଗାଡି ପାଇଁ ପ୍ରଦୂଷଣ ସାର୍ଟିଫିକେଟ୍ ଅନିବାର୍ଯ୍ୟ ଅଟେ । ଏପରିକି ଏସମ୍ପର୍କିତ ପ୍ରମାଣ ପତ୍ର ନଥିଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯାଉଛି ।

ଯଦି କେହି କର୍ମଚାରୀ ଲୋକମାନଙ୍କଠାରୁ ଅଯଥାରେ ଫାଇନ୍ କରି ହଇରାଣ କରୁଥିବା ଜଣାପଡେ, ତେବେ ସମ୍ପୃକ୍ତ କର୍ମଚାରୀଙ୍କୁ ଦୁଇଗୁଣା ଅଧିକ ତଣ୍ଡ ଗଣିବାକୁ ପଡିବ ବୋଲି ସେ ପ୍ରକାଶ କରିଛନ୍ତି ।

ସେହିପରି କମ୍ପାଉଣ୍ଡ୍ ଫାଇନ୍ ସମ୍ପର୍କରେ ଶ୍ରୀନିବାସ କହିଛନ୍ତି ଯେ, ଧରାପଡିଲେ ଯେକୌଣସି ଗୋଟିଏରେ ଫାଇନ୍ କରିବାକୁ ଯୋଜନା କରାଯାଇଛି ।

ଆହୁରି ମଧ୍ୟ ଏନେଇ ମୁହଁ ଖୋଲିଛନ୍ତି ଶ୍ରମ ଓ ଇଏସଆଇ ମନ୍ତ୍ରୀ ସୁଶାନ୍ତ ସିଂହ । ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ନୂଆ ସଂଶୋଧିତ ମୋଟର ଯାନ ଆଇନରେ ଅସଙ୍ଗତି ରହିଛି । ବାଇକରେ ଯାଉଥିବା ଲୋକଙ୍କ ଠାରୁ ଯେତିକି ଫାଇନ୍ ଆଦାୟ କରାଯାଉଛି, ସେତିକି ଫାଇନ୍ ଜଣେ କାର୍ ମାଲିକଙ୍କ ଠାରୁ ମଧ୍ୟ ଆଦାୟ ହେଉଛି । ଏହାଦ୍ୱାରା ଜଣେ ଗରିବ ଓ ମଧ୍ୟମ ବର୍ଗର ବ୍ୟକ୍ତି ଆଉ ଗାଡି ଚଳାଇ ପାରିବ ନାହିଁ । ଲୋକମାନେ ଯେତିକି ଟଙ୍କା ସାଙ୍ଗରେ ଧରି ଯାଉନାହାନ୍ତି, ଚେକିଂ ସମୟରେ ତା’ଠାରୁ ଅଧିକ ଫାଇନ୍ ଆଦାୟ ହେଉଛି । ସମସ୍ତ ପକ୍ଷକୁ ବିଶ୍ଲେଷଣ କରି ଜୋରିମାନା କମ୍ କରିବା ଉଚିତ୍ ବୋଲି ସେ ପ୍ରକାଶ କରିଛନ୍ତି ।

Comments are closed.