Latest Odisha News

BREAKING NEWS

ଚାଉଳ ଦିଅ, ଟମାଟୋ ନିଅ: ଭାରତ ସରକାରଙ୍କୁ ଚିଠି ଲେଖିଲା ନେପାଳ

ଦିଲ୍ଲୀ : ଟମାଟୋ ଦରକୁ ନେଇ ଏବେ ଚାରିଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି  । ଗୃହିଣୀଙ୍କ ହାଣ୍ଡିଶାଳରେ ଟମାଟୋ ଦର ବୃଦ୍ଧି ବିଶେଷ ଭାବେ ପ୍ରଭାବ ପକାଇଛି  । ଟମାଟୋର ଅହେତୁକ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବେଣ୍ ବାଧୁଛି  । ତେବେ ଏଭଳି ସମୟରେ ଭାରତକୁ ସାହାର୍ଯ୍ୟ କରିବା ଲାଗି ଆଗେଇ ଆସିଛି ନେପାଳ । ନେପାଳରେ ଅଧିକ ପରିମାଣରେ ଟମାଟୋ ଉତ୍ପାଦନ କରାଯାଉଛି  । ଯାହାକି ଏହି ଟମାଟୋକୁ ବିଶେଷ କରି ଉତ୍ତର ପ୍ରଦେଶକୁ ପଠାଯିବାର ବ୍ୟବସ୍ଥା କରାଯାଉଛି  ।

ଦେଶରେ ବିଶେଷ କରି ଜୁଲାଇ ମାସରେ ଦର ବୃଦ୍ଧି ହେବା ଆରମ୍ଭ କରିଥିଲା । ଏହି ଦର ବୃଦ୍ଧି ହୋଇ ଟମାଟୋ କିଲୋ ପିଛା ୩୦୦ ଟଙ୍କାରେ ବିକ୍ରି ହୋଇଥିଲା । ବର୍ତ୍ତମାନ ଏହି ଦର କିଛି ମାତ୍ରାରେ କମିଛି ତଥାପି କିଛି ସ୍ଥାନରେ ଏହାର ଦର ଆକାଶ ଛୁଆଁ ରହିଛି  । ଯାହାକି ସାଧାରଣ ଖାଉଟିଙ୍କୁ ବିଶେଷ କ୍ଷତିରେ ପକାଉଛି ।

ଏସବୁ ଭିତରେ ନେପାଳ ଭାରତ ସରକାରଙ୍କୁ ଏକ ଚିଠି ଲେଖିଛି । ଏହି ଚିଠିରେ ଉଲ୍ଲେଖ ରହିଛି କି ଯଦି ଭାରତ ନେପାଳକୁ ଚିନି ଏବଂ ଚାଉଳ ପଠାଇବ , ତେବେ ନେପାଳ ଭାରତକୁ ଟମାଟୋ ଯୋଗାଇବ  । ଅଗଷ୍ଟ ୧୫ ତାରିଖରୁ ଟମାଟୋ କିଲୋ ପିଛା ୫୦ ଟଙ୍କା ଦରରେ ଖୁଚୁରା ବଜାରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ହୋଲସେଲ ବଜାରରେ ଟମାଟୋ ଦର ହ୍ରାସକୁ ଦୃଷ୍ଟିରେ ରଖି ଖାଉଟି ବ୍ୟାପାର ବିଭାଗ ଏହି ନିଷ୍ପତ୍ତି ନେଇଛି।

Comments are closed.