Latest Odisha News

BREAKING NEWS

ପରକିୟା ପ୍ରୀତିର କରୁଣ ପରିଣତି : ସ୍ତ୍ରୀର ପ୍ରେମିକକୁ ଗୁଳି ମାରିଦେଲା ସ୍ଵାମୀ

ସମ୍ବଲପୁର: ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ଵାମୀ। ସମ୍ବଲପୁର ରେଢାଖୋଲ ବଡ଼ନୂଆପଡ଼ା ସ୍ଥିତ ଖେତୀନାଳି ଗାଁରେ ଘଟିଛି ଏହି ଗୁଳିକାଣ୍ଡ । ଗୁରୁତର ଅବସ୍ଥାରେ ପ୍ରେମିକକୁ ପ୍ରଥମେ ବୁର୍ଲା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରୁ ସ୍ଵାମୀ ଫେରାର ହୋଇଯାଇଛି ।

ସୂଚନା ମୁତାବକ, ଝାଙ୍କରପଡା ଗାଁର ସ୍ଵାଧୀନ ପ୍ରଧାନ ତାଙ୍କ ସ୍ତ୍ରୀକୁ ବିବାହର ୧୦ ବର୍ଷ ପରେ ଗତ ବର୍ଷ ଛାଡପତ୍ର ଦେଇଥିଲେ । ଛାଡପତ୍ର ପରେ ସ୍ତ୍ରୀ ଖେତିନାଳୀ ଗାଁର ପଙ୍କଜ ଦେହୁରୀ ସାଙ୍ଗରେ ରହି ଆସୁଥିଲେ । ତେବେ ଛାଡପତ୍ର ପୂର୍ବରୁ ପଙ୍କଜଙ୍କ ସହ ତାଙ୍କ ସ୍ତ୍ରୀଙ୍କର ସମ୍ପର୍କ ଥିବା ସନ୍ଦେହ କରୁଥିଲେ ସ୍ଵାଧୀନ । ଗତକାଲି ବିଳମ୍ବିତ ରାତ୍ରିରେ ନିଶାଶକ୍ତ ଅବସ୍ଥାରେ ସ୍ଵାଧୀନ ଖେତିନାଳୀ ଯାଇ ପଙ୍କଜ ଦେହୁରୀଙ୍କୁ ଗୁଳି କରିଥିଲେ । ଫଳରେ ପଙ୍କଜଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବୁର୍ଲା ପରେ କଟକକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣା ଘଟାଇବା ପରେ ସ୍ଵାମୀ ସ୍ଵାଧୀନ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି ।

Leave A Reply

Your email address will not be published.