Latest Odisha News

BREAKING NEWS

ମଣିଷ ପରି କୁକୁର ମୁହଁ: ଲୋକେ ଦେଖି ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଆମକୁ ଅଜବ ଭିଡ଼ିଓ ସବୁ ଦେଖିବାକୁ ମିଳିଥାଏ, ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଉ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟେ କୁକୁରର ମୁହଁ ଦେଖିବାକୁ ଠିକ୍ ମଣିଷ ପରି । ଯାହା ସମସ୍ତଙ୍କୁ ଚକିତ କରିଛି । ପ୍ରକୃତରେ ଏହା ଅସଲି ନା ନକଲି ନେଇ ଅନେକ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି ।

ମଣିଷ ପରି ଦେଖାଯାଉଥିବା ଏହି କୁକୁରର ନାମ ହେଉଛି ଯୋଗୀ । ଏହି କୁକୁରଟି ଶିହ୍‌-ପୁ ପ୍ରଜାତିର । ଗତ ମାସରେ ତାକୁ ବର୍ଷେ ପୂରିଛି । ପ୍ରକୃତରେ ଏହା ଅସଲି ନା ନକଲି ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଲୋକେ । କୁକୁରର ମାଲିକ ଚାଣ୍ଟାଲ ଡିଜାର୍ଡିନ୍ସ କହିଛନ୍ତି ଯେ, ଏହା ଅସଲି ଫଟୋ । ଏହି ଫଟୋଗ୍ରାଫଗୁଡ଼ିକରେ ଆଦୌ ଟାମ୍ପରିଂ ବା ଏଡ଼ିଟିଂ କରାଯାଇ ନାହିଁ ।

ଏହି ଫଟୋକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଏହାକୁ ନେଇ ଅନେକ ଭିନ୍ନ ଭିନ୍ନ ମତ ବି ଦେଇଛନ୍ତି । ଅନେକ କହିଛନ୍ତି ଯେ, ଏହା ପ୍ରକୃତରେ ମନୁଷ୍ୟ ଚେହେରା ଭଳି ଦେଖାଯାଉଛି । ଆଉ କିଛି କହିଛନ୍ତି ବର୍ତ୍ତମାନର ଡିଜିଟାଲ୍ ଯୁଗରେ ଫଟୋଗ୍ରାଫ୍ ସହିତ ଟାମ୍ପରିଂ କରିବା ଅତି ସହଜ ।

Comments are closed.