Latest Odisha News

ପ୍ରଥମଥର ପାଇଁ ଏକାଠି ନଜର ଆସିବେ ପ୍ରିୟଙ୍କା ଓ ରାଜ କୁମାର ରାଓ

ମୁମ୍ବାଇ: ବଲିଉଡର ସ୍ମାର୍ଟ ଗାର୍ଲ ପ୍ରିୟାଙ୍କ ଓ ଟ୍ୟାଲେଣ୍ଟେଡ଼ ରାଜ୍ କୁମାର ରାଓଙ୍କୁ ଦର୍ଶକେ ଏକାଠି ଦେଖିବାକୁ ପାଇବେ । ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛନ୍ତି ଏହି ଯୋଡି । ତେବେ ଫିଲ୍ମଟି କେବଳ ନେଟଫ୍ଲିକ୍ସ୍ ଚ୍ୟାନେଲ୍‌ରେ ରିଲିଜ ହେବ ବୋଲି ଶୁଣିବାକୁ ମିଳୁଛି ।

ରାମିନ ବହରାନୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଥିବା ଏହି ଚଳଚ୍ଚିତ୍ରଟି ମ୍ୟାନ ବୁକର ପୁରସ୍କାର ବିଜେତା ଉପନ୍ୟାସ ‘ଦ ହ୍ବାଇଟ୍‌ ଟାଇଗର’ ଉପରେ ଏହାର କାହାଣୀଟି ପର୍ଯ୍ୟବେସିତ ହେଉଥିବା ଜଣାପଡ଼ିଛି।

ଚଳିତ ବର୍ଷ ଶେଷ ସୁଦ୍ଧା ଫିଲ୍ମର ଶୁଟିଂ ଆରମ୍ଭ ହେବ। ତେବେ ଫିଲ୍ମକୁ ନେଇ ଉଭୟ ବେଶ୍‌ ଉତ୍ସାହିତ ଥିବା ପ୍ରତିକ୍ରିୟାରେ କହିଛନ୍ତି ଏହାର ନିର୍ଦ୍ଦେଶକ ।

Comments are closed.