Latest Odisha News

ଜର୍ମାନୀରେ ପ୍ରକୃତିର ତାଣ୍ଡବ: ଫ୍ରାଙ୍କଫର୍ଟ ବିମାନ ବନ୍ଦରରେ ୪ ଫୁଟର ପାଣି

ଦିଲ୍ଲୀ: ଜର୍ମାନୀରେ ପ୍ରକୃତିର କରାଳ ରୂପ  । ପ୍ରବଳ ବର୍ଷା ଓ ଘୂର୍ଣ୍ଣିଝଡ ଆତଙ୍କ ସୃଷ୍ଟି କରିଛି  । ଅଧିକାଂଶ ସହର ଲଗାଣ ବର୍ଷାରେ ପୁରା ବେହାଲ ହୋଇପଡିଛି । ଫ୍ରାଙ୍କଫର୍ଟ ସହର ସମ୍ପୂର୍ଣ୍ଣ ରୂପେ ଜଳମଗ୍ନ ହୋଇଛି । ବର୍ଷା ପାଣି ରାସ୍ତା ଉପରେ ଚାଲୁଛି  । ଯାହାକି ନଦୀର ଭ୍ରମ ସୃଷ୍ଟି କରୁଛି  । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  ।

ଭୀଷଣ ମାତ୍ରାରେ ବର୍ଷା ଯୋଗୁଁ  ବିଶ୍ବର ଅନ୍ୟତମ ବଡ ବିମାନ ବନ୍ଦର ଫ୍ରାଙ୍କଫର୍ଟରେ ବିମାନ ଚଳାଚଳ ଠପ୍ ହୋଇଛି ।  ରନଓ୍ବେରେ ପ୍ରାୟ ୪ ଫୁଟର ପାଣି ଚାଲୁଛି  । ଏପରିକି ବିମାନ ବନ୍ଦର ଭିତରେ ବି ବର୍ଷା ଜଳ ଲହଡି ମାରୁଛି । ୟୁରୋପର ସବୁଠାରୁ  ବ୍ୟସ୍ତ ବହୁଳ ବିମାନ ବନ୍ଦରରେ ବିମାନ ଚଳାଚଳ ଗୁରୁତର ଭାବେ  ପ୍ରଭାବିତ ହୋଇଛି । ଏହି ବିମାନ ବନ୍ଦରକୁ ଆସିବାକୁ ଥିବା ବିମାନର ମାର୍ଗ ପରିବର୍ତ୍ତନ କରି ଅନ୍ୟତ୍ର ପଠାଯାଉଛି ।

ସହିପରି ଦକ୍ଷିଣ ଓ କେନ୍ଦ୍ରୀୟ ଜର୍ମାନୀରେ ବି ପ୍ରବଳ ବର୍ଷା ଲାଗିରହିଛି ।  ଏଠାକାର ଏକାଧିକ ସହର ପୁରା ଜଳମଗ୍ନ ହୋଇଛି । ରାସ୍ତା ଗୁଡିକରେ ପାଣି ଜମି ରହିଥିବାରୁ ଅଧାବାଟରେ ଗାଡିମଟର ଅଟକି ରହୁଛି । ରେସକ୍ୟୁ ଟିମ୍ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରୁଛି ।  ପ୍ରବଳ ବର୍ଷା ଓ ଝଡ ତୋଫାନ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

Comments are closed.