ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ରଡ଼ିଛାଡ଼ିଲେ କ୍ରୂର କାଳ
ଶୁଣିପାରେନି ଜଣେ କାଲ
ହାତରେ ରଖନାହିଁ ଗାଲ
ଚଂଚଳ ଯାଇ ଭାତ ଗାଳ
ନାନା କୌଶଳେ, ବଳେ କଳେ
ସଭିଏଁ ମିଶି କାମ କଲେ
ପୁରୁଣା କଟକକୁ ଗଲି
ଦେଖିଲି ସରୁ ଲଂବା ଗଳି
କରିଲ ନିଜେ ଏତେ ହେଳା
ସତରେ କ’ଣ ଭଲ ହେଲା
ଦାଂଡରେ ବସିଥିଲା ମେଳା
ଥିଲା ବାହାର ବାଟ ମେଲା
କେଶର ରଂଗ କରି କଳା
ସେ ଭଲ ଅଭିନୟ କଲା
ପୀଡ଼ା ଦେଉଛି ତା’ର ଗଳା
ଔଷଧ ଥିଲା, କାହିଁ ଗଲା?
ସେ ରଖିଥିଲା ଲଂବା କଲି
ପ୍ରତ୍ୟହ କରୁଥିଲା କଳି
ମଥାରେ ଜମିଥିଲା ମଳି
ମୁଁ ସଫା କରିକରି ମଲି
ସେ ଅପରାଧ କଲା ବୋଲି
ଦେଲେ ଚୂନ ଓ କଳା ବୋଳି
ବଜାରର ଏ ବୁଢ଼ା କୁଲି
ମୁହଁ ଧୁଏ ଓ କରେ କୁଳି
ସିଏ ଆସଇ ସଂଜ ବେଳେ
ଠିଆ ହୋଇଣ ରୁଟି ବେଲେ
କାକରା ପାଇଁ କରେ ଖଳି
ସିଏଁ ପତର ଦନା ଖଲି
Comments are closed.