ଭୁବନେଶ୍ବର : ଭୁବନେଶ୍ୱର ଜନତା ମୈଦାନରେ ହେଉଥିବା କାର୍ଯ୍ୟକ୍ରମରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଏକ ବଡ ଘୋଷଣା କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ-୩ କଲେଜ ଫାଇଭ-ଟି ଅନ୍ତର୍ଭୁକ୍ତ ହେବ । ଏନେଇ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ନେଇ ପାଣ୍ଡିଆନ ଘୋଷଣା କରିଛନ୍ତି । ଫାଇଭ-ଟି ସଚିବଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କଲେଜ ଛାତ୍ରଛାତ୍ରୀ । ୧୩୦ କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ ।
ପାଖାପାଖି ୧୫ ହଜାର ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ଓ ଯୁକ୍ତ ତିନି ସ୍କୁଲ ଗୁଡିକୁ ରୂପାନ୍ତରଣ କାର୍ଯ୍ୟକ୍ରମରେ ସମ୍ପୃକ୍ତ କରାଯାଇଛି । ଆଜିଠାରୁ ୬ ମାସ ମଧ୍ୟରେ ଇ-ଲାଇବ୍ରେରୀ , ସାଇନ୍ସ ଲ୍ୟାବ , ଗାଲ୍ସ କମନରୁମ, ବଏଜ୍ କମନରୁମ ପରି ଉନ୍ନତିକରଣ କାର୍ଯ୍ୟ ଏହି କଲେଜ ଗୁଡିକରେ କରାଯିବ । କାମରେ ବିଳମ୍ବ କରାନଯାଇ ନିରବିଚ୍ଛିନ୍ନ ଭାବେ ସମସ୍ତ କାମ କରାଯିବ । କଲେଜ ଗୁଡିକରେ କାମ ଆରମ୍ଭ ହେବା ଆଗରୁ ଶ୍ରେଣୀ ଗୃହର ଏକ ଫଟୋ ଏବଂ କାମ ସରିବା ପରେ ଆଉ ଏକ ଫଟୋ ଉଠାଇ ଶ୍ରେଣୀ ଗୃହର ଉନ୍ନତିକରଣ ର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ପିଲାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ-ଟି ସଚିବ ।
Comments are closed.