ନ୍ୟୁୟର୍କ:ଆମେରିକାରର ମେରିଲାଣ୍ଡ ରାଜ୍ୟରେ ରହୁଥିବା ଭାରତୀୟ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାପା-ମା’ଙ୍କ ସହ ୬ ବର୍ଷର ଶିଶୁପୁତ୍ରର ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ପରିବାରର ତିନି ସଦସ୍ୟ ଏକାଠି ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ତଥ୍ୟ ଅନୁଯାୟୀ ତିନି ସଦସ୍ୟ କର୍ଣ୍ଣାଟକର ବସିନ୍ଦା ଏବଂ ସେମାନେ ଆମେରିକାର ବାଲ୍ଟିମୋର କାଉଣ୍ଟିରେ ନିଜ ଘରେ ରହୁଥିଲେ ।
ମୃତକମାନେ ହେଲେ ଯୋଗେଶ ଏଚ ନାଗରାଜପ୍ପା (୩୭ ବର୍ଷ), ପତ୍ନୀ ପ୍ରତିଭା ଏବଂ ପୁଅ ହୋନ୍ନାଲ । ସ୍ଥାନୀୟ ଖବରକାଗଜ ବାଲ୍ଟିମାର କାଉଣ୍ଟିର ପୋଲିସ ଅଧିକାରୀଙ୍କ ସୂଚନା ଆଧାରରେ କହିଛି, ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ମନେହେଉଛି । ଉଭୟଙ୍କର ଗୁଳି ମରାଯାଇଥିବା ଜଣାଯାଇଛି । ପରିବାରର ସଦସ୍ୟଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା । ମୃତ୍ୟୁର କାରଣ ଜଣାପଡି ନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କଥା ଜଣାପଡିବ ବୋଲି କହିଛି ପୋଲିସ ।
Comments are closed.