Latest Odisha News

BREAKING NEWS

ବିମାନବନ୍ଦରରେ ସାଂସଦଙ୍କୁ ସୁବିଧା ସୁଯୋଗ ନମିଳିବା ଅଭିଯୋଗରେ ଇଣ୍ଡିଗୋକୁ ସମନ

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସର ଏମଡି ରାହୁଲ ଭାଟିଆଙ୍କୁ ସମନ। ଲୋକସଭାର ପ୍ରିଭିଲେଜ କମିଟି ଭାଟିଆଙ୍କୁ ସମନ ପଠାଇ ଅଗଷ୍ଟ ୩୦ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ପ୍ରୋଟୋକଲ ଅନୁଯାୟୀ ବିମାନବନ୍ଦରରେ ଭଲ ସୁବିଧା ଏବଂ ସୁଯୋଗ ମିଳୁ ନାହିଁ। ସାଂସଦଙ୍କ ଦ୍ୱାରା ପ୍ରୋଟୋକଲ୍ ଉଲ୍ଲଂଘନ ଅଭିଯୋଗ ହେବା ପରେ ପ୍ରିଭିଲେଜ୍‌ କମିଟି ଏହି ସମନ ଜାରି କରିଛି।

ବିମାନବନ୍ଦରରେ ସାଂସଦମାନଙ୍କୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଏବଂ ପ୍ରୋଟୋକଲ ଯୋଗାଇବା ନେଇ ୨୦୨୧ ମସିହାରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ସମସ୍ତ ଏୟାରଲାଇନ୍ସକୁ ଚିଠି ଲେଖିଥିଲା। ରିପୋର୍ଟ ଅନୁଯାୟୀ, ସାଂସଦମାନେ ବିମାନ ସେବାରେ ନିଶ୍ଚିତ ଆସନ ଦାବି କରୁଛନ୍ତି। ଏଥିସହିତ ବିମାନବନ୍ଦରରେ ସାଂସଦମାନେ ପହଞ୍ଚିବା ପରେ କର୍ମଚାରୀମାନଙ୍କୁ ଚେକ୍ ଇନରେ ସାହାଯ୍ୟ କରିବାକୁ କୁହାଯାଇଛି।

ସଂସଦରେ କାର୍ ପାର୍କିଂ ଷ୍ଟିକର୍ ଆଧାରରେ ବିମାନବନ୍ଦରରେ ମଧ୍ୟ ସାଂସଦମାନଙ୍କୁ କାର୍ ପାର୍କିଂର ସ୍ୱତନ୍ତ୍ର ସୁବିଧା ଯୋଗାଇଦେବାକୁ ଦାବି କରାଯାଉଛି। ସାଂସଦମାନେ ଏୟାରଲାଇନ୍ସ ସମସ୍ତ ପ୍ରୋଟୋକଲ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ସଂସଦର ଅଧିକାର କମିଟି ଇଣ୍ଡିଗୋ ଏୟାରଲାଇନ୍ସର ଏମଡିଙ୍କୁ ସମନ ଜାରି କରିଛି।

Leave A Reply

Your email address will not be published.