ମୁମ୍ବାଇ: ନିକଟରେ ରିଲିଜ୍ ହୋଇଯାଇଛି ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଓଏମ୍ଜି-୨’ । ଫିଲ୍ମଟି ବକ୍ସ ଅଫିସରେ ୧୦୦ କୋଟି କ୍ଲବରେ ପ୍ରବେଶ କରିବାରେ ସଫଳ ହୋଇଛି । ଏଥିସହିତ ଏହି ଫିଲ୍ମ ବକ୍ସ ଅଫିସରେ ଅଭିନେତା ସନ୍ନି ଦେଓଲଙ୍କ ଫିଲ୍ମ ଗଦର-୨ କୁ ଟକ୍କର ମଧ୍ୟ ଦେଉଛି । ଏହି ଫିଲ୍ମର ପ୍ରଭାବ ଏବେ ସମାଜ ଉପରେ ପଡ଼ିଛି । ମହାରାଷ୍ଟ୍ରର ଏକ ସ୍କୁଲରେ ଯୌନ ଶିକ୍ଷା ବାଧ୍ୟତାମୂଳକ କରାଯାଇଛି ।
ଅକ୍ଷୟ କୁମାରଙ୍କ ଏହି ଫିଲ୍ମରେ ‘ଏଡଲ୍ଟ ଏଜୁକେଶନ’ ଭଳି ପ୍ରସଙ୍ଗ ଉଠିଛି । ଯଦିଓ ଏହି ଫିଲ୍ମକୁ ସେନ୍ସର ବୋର୍ଡ ଏ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରିଛି । କିନ୍ତୁ ଏବେ ଏହି ଫିଲ୍ମର ପ୍ରଭାବ କେବଳ ଦର୍ଶକଙ୍କ ଉପରେ ନୁହେଁ ସମାଜ ଉପରେ ମଧ୍ୟ ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ଉଲ୍ଲାସ ନଗରର ଏକ ବିଦ୍ୟାଳୟ ଯୌନ ଶିକ୍ଷା ବିଷୟକୁ ବାଧ୍ୟତାମୂଳକ କରିଛି । ଏହା ହେଉଛି ପ୍ରଥମ ବିଦ୍ୟାଳୟ ଯାହାକି ଏହି ପଦକ୍ଷେପ ନେଇଛି । କିଛି ଦିନ ପୂର୍ବରୁ ଅକ୍ଷୟ କୁମାରଙ୍କ ‘ଓଏମ୍ଜି-୨’ ବିଦ୍ୟାଳୟରେ ସ୍କ୍ରିନିଂ କରାଯାଇଥିଲା ।
Comments are closed.