ନୂଆଦିଲ୍ଲୀ: ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ବୋଲି ବିବେଚନା କରାଯାଇପାରିବ ନାହିଁ ବୋଲି ଦର୍ଶାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ତଳ କୋର୍ଟ ଦେଇଥିବା ରାୟକୁ କାଏମ ରଖି ଏହିପରି କହିଛନ୍ତି। ଏହାପରେ ଅଭିଯୁକ୍ତ ମୁସଲିମ୍ ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟ ନାବାଳିକାଙ୍କ ସାକ୍ଷ୍ୟକୁ ଦର୍ଶାଇ କହିଛନ୍ତି ଯେ ସେମାନେ ଡିସେମ୍ବର ୨୦୧୪ ରେ ବିବାହ କରିଥିଲେ ଏବଂ ପରେ ସହମତିରେ ସମ୍ପର୍କ ସ୍ଥାପନ କରିଥିଲେ। କୋର୍ଟ ଉଲ୍ଲେଖ କରିଛନ୍ତି ଯେ, ଝିଅର ବୟସ ପାଖାପାଖି ପନ୍ଦର ହୋଇଥିବାରୁ ଆଇନ ଅନୁଯାୟୀ ସଂପୃକ୍ତ ବ୍ୟକ୍ତିର କାମକୁ ଦୁଷ୍କର୍ମ ବୋଲି କୁହାଯାଇପାରିବ ନାହିଁ।
ସଂପୃକ୍ତ ମୁସଲିମ ଯୁବକ ଦ୍ବିତୀୟ ବିବାହ କରିଥିଲେ। ସେତେବେଳେ ଝିଅର ବୟସ ୧୫ ବର୍ଷ ହୋଇଥିଲା। ଝିଅର ମାଙ୍କ ଏତଲା ଆଧାରରେ ପୋଲିସ ଦୁଷ୍କର୍ମ ମାମଲାରେ ଗିରଫ କରିଥିଲା ଯୁବକ ଜଣଙ୍କୁ। ଏହାପରେ ତଳ କୋର୍ଟ ଯଦିଓ ତାଙ୍କୁ ଦୋଷମୁକ୍ତ କରିଥିଲେ କିନ୍ତୁ ରାଜ୍ୟ ସରକାର ଏହାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟ ପହଞ୍ଚିଥିଲେ। ତେବେ କୋର୍ଟ ଏହି ମାମଲାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ ବୋଲି କହିବା ପରେ ବିଚାର କରିବାକୁ ମନା କରିଦେଇଛନ୍ତି।
ହାଇକୋର୍ଟ ଉଲ୍ଲେଖ କରିଛନ୍ତି ଯେ ଅତିରିକ୍ତ ସେସନ୍ସ ଜଜ୍ ଠିକ୍ ଭାବେ ଶୁଣାଣି କରିଛନ୍ତି। ଯେଉଁଥିରେ ଝିଅଟି ତାଙ୍କ ସାକ୍ଷ୍ୟରେ କହିଛି ଯେ ସେ ଡିସେମ୍ବର ୨୦୧୪ରେ ସେ ଏହି ବ୍ୟକ୍ତିଙ୍କ ସହ ବିବାହ କରିଥିଲେ ଏବଂ ସେମାନଙ୍କ ଶାରୀରିକ ସମ୍ପର୍କ ପରେ ଆରମ୍ଭ ହୋଇଥିଲା। ଏହା ଫଳରେ ପୋକ୍ସୋ ଆଇନର ଧାରା ୫(୧) ସହିତ ପଠିତ ଧାରା ୬ ଅନୁଯାୟୀ କୌଣସି ଅପରାଧ ସ୍ଥାପିତ ହୋଇପାରିବ ନାହିଁ। ଫଳରେ ବ୍ୟକ୍ତି ଜଣକ ନିର୍ଦ୍ଦୋଷରେ ଖଲାସ ହୋଇପାରିବେ ବୋଲି ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି।
ଆଇପିସିର ଧାରା ୩୭୫ (ଦୁଷ୍କର୍ମ) ଅନୁଯାୟୀ, ଶାରୀରିକ ସମ୍ପର୍କ କିମ୍ବା ପତ୍ନୀଙ୍କ ସହ ପୁରୁଷଙ୍କ କାର୍ଯ୍ୟ ପାଇଁ ବ୍ୟତିକ୍ରମ ଦେଖାଦେବ ଯେପର୍ଯ୍ଯନ୍ତ ପତ୍ନୀଙ୍କ ବୟସ ୧୫ ବର୍ଷରୁ କମ୍ ହୋଇନଥିବ।
ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ନାବାଳିକାଙ୍କ ମାଆଙ୍କ ଅଭିଯୋଗକୁ ଆଧାର କରି ୨୦୧୫ରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା, ଯିଏକି ତାଙ୍କ ନାବାଳିକା ଝିଅ ଗର୍ଭାବତୀ ଥିବା କହିଥିଲେ।
Comments are closed.