ମୋହନା: ପାରିବାରିକ କଳହର କରୁଣ ପରିଣତି । ଗଜପତି ଜିଲ୍ଲା ମୋହନା ଥାନା ରାଣୀଖମା ଗାଁରେ ଅଭାବନୀୟ ଘଟଣା ଘଟିଛି । ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ବାମୀ । ମୃତକ ସାରୁଗାଳୁ ମଲ୍ଲିକ ବୋଲି ଜଣାପଡିଛି । କୌଣସି କାରଣକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା ।
ଯାହାକୁ ନେଇ ସ୍ବାମୀ ହାଡୁ ମଲ୍ଲିକ ରାଗି ଯାଇ ସାରୁଗାଳୁଙ୍କୁ ଶାବଳରେ ପିଟି ପିଟି ଅତି ଅମାନୁଷିକ ଭାବେ ହତ୍ୟା କରିଛି । ପରେ ଗ୍ରାମବାସୀମାନେ ଏ ନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଛି । ସେପଟେ ମୃତକଙ୍କ ଭାଈ ମଧ୍ୟ ଏ ନେଇ ମୋହନା ଥାନାରେ ଅଭିଯୋଗ କରିଛନ୍ତି ।
Comments are closed.