Latest Odisha News

BREAKING NEWS

ମୋସନ ପିକ୍ଚର ପରେ ଆସିଲା ‘ପୁଷ୍କରା’ର ନୂଆ ପୋଷ୍ଟର, ନଜରରେ ଆସିଲେ ପୁଷ୍କରାର ବାପା ଘନ ନନା

ଭୁବନେଶ୍ଵର: ନୂଆ ଓଡିଆ ଚଳଚ୍ଚିତ୍ର ‘ପୁଷ୍କରା’ର ମୋସନ ପୋଷ୍ଟର ପରେ ଏବେ ଏହାର ନୂଆ ପୋଷ୍ଟର ରିଲିଜ ହୋଇଛି । ପରେ ସେପ୍ଟେମ୍ୱର ୧ ତାରିଖରେ ରିଲିଜ ହେବ ଏହି ଚଳଚ୍ଚିତ୍ରର ଟ୍ରେଲର । ଓଡିଶା ମାଟିର ଗାଥା କହିବ ‘ପୁଷ୍କରା’। ତରଙ୍ଗ ସିନେ ପ୍ରଡକ୍ସନ୍ସ ଓ ଆର୍.ଆର୍. ଇଭେଣ୍ଟ୍ସ ଆଣ୍ଡ ପ୍ରମୋସନସର ମିଳିତ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଶୁଭ୍ରାଂଶୁ ଦାସ ଦେଇଥିବା ବେଳେ କାହାଣୀ ଓ ସଂଳାପ ଲେଖିଛନ୍ତି ଶଙ୍କର ତ୍ରିପାଠୀ । ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପାଗଳ ପ୍ରେମୀ ଫେମ୍ ସବ୍ୟସାଚୀ ମିଶ୍ର।

ଖୁବଶୀଘ୍ର ସିଲଭର ସ୍କ୍ରିନରେ ଫିଲ୍ମ ‘ପୁଷ୍କରା’ ସହ ଦୀର୍ଘ ୨ ବର୍ଷ ପରେ ନଜର ଆସିବେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ଫିଲ୍ମଟି ଗଣେଶ ପୂଜାରେ ରିଲିଜ ହେବ । ପୂର୍ବରୁ ଫିଲ୍ମର ସବ୍ୟସାଚୀଙ୍କ ପ୍ରଥମ ଲୁକ୍, ମୋସନ ପୋଷ୍ଟର ଏବଂ ଅନେକ ଷ୍ଟାରଙ୍କ ପୋଷ୍ଟର ଲୁକ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମରୁ ଆଉ ଏକ ନୂଆ ପୋଷ୍ଟର ରିଲିଜ ହୋଇଛି । ସୋସିଆଲ ମିଡିଆରେ ଫିଲ୍ମର ନୂଆ ପୋଷ୍ଟର ରିଲିଜ କରି ସବ୍ୟସାଚୀ ଫିଲ୍ମର ଟ୍ରେଲର କେବେ ରିଲିଜ ହେବ ସେନେଇ ସୂଚନା ଦେଇଛନ୍ତି ।

ସବ୍ୟସାଚୀ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ନୂଆ ପୋଷ୍ଟର ରିଲିଜ କରି ଟ୍ରେଲର ରିଲିଜର ସୂଚନା ଦେଇଛନ୍ତି । ଏହି ପୋଷ୍ଟରରେ ପୁଷ୍କରାଙ୍କ ବାପାଙ୍କ ଲୁକରେ ଅଶୃମୋଚନଙ୍କୁ ଦେଖିବାକୁ ମିଳିଛି । ପୋଷ୍ଟର ସେୟାର କରି ଅଭିନେତା ଲେଖିଛନ୍ତି, ପୁଷ୍କରାଙ୍କ ବାପା ଘନା ନନା । ଏଥିସହ ଏହି ଫିଲ୍ମରେ ସୁପ୍ରିୟା ନାୟକ, ବିକାଶ ଚୌଧୁରୀ, ସ୍ବର୍ଗତ ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

 

View this post on Instagram

 

A post shared by SABYASACHI MISHRA (@sabyasachi_actor)

ସାହିତ୍ୟରୁ ସିନେମା ହୋଇଥିବା ‘ପୁଷ୍କରା’ ଔପନ୍ୟାସିକ ଶଙ୍କର ତ୍ରିପାଠୀଙ୍କ ରଚିତ ଏକ ଉପନ୍ୟାସ । ୨୦୦୦ ମସିହାରେ ଏହି ଉପନ୍ୟାସ ପ୍ରକାଶ ପାଇବା ପରେ ଅନେକ ପାଠକୀୟ ଆଦୃତି ସାଉଁଟିଥିଲା। ଏହାପରେ ଔପନ୍ୟାସିକ ଶଙ୍କର ତ୍ରିପାଠୀ ଏହାକୁ ଫିଲ୍ମର ରୂପ ଦେବାକୁ ଚେଷ୍ଟା କରିଥିଲେ । ପୁରୀର ହଜିଯାଉଥିବା ଏକ କୌଳିକ ବୃତ୍ତିକୁ ନେଇ ଫିଲ୍ମଟି ଆଧାରିତ ।

 

Comments are closed.