ନୂଆଦିଲ୍ଲୀ: ସଂସଦରେ ଦେଖାଯିବ ସିନେମା । ଭାରତ ଇତିହାସରେ ଏହା ପ୍ରଥମ ଥର ହେବାକୁ ଯାଉଛି। ବଲିଉଡ୍ ଅଭିନେତା ସନ୍ନି ଦେୱଲ୍ ଓ ଅମିଷା ପଟେଲ୍ ଅଭିନୀତ ସିନେମା ‘ଗଦର ୨’ ବକ୍ସ ଅଫିସ୍ରେ ଜବରଦସ୍ତ ଆୟ କରିଚାଲିଛି। ସାହାରୁକ୍ ଖାନ୍ ଅଭିନୀତ ‘ପଠାନ୍’ ସିନେମା ପରେ ୨୦୨୩ର ଦ୍ୱିତୀୟ ସର୍ବବୃହତ୍ ହିନ୍ଦୀ ହିଟ୍ ସିନେମା।
ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ସିନେମା ଚଳିତ ମାସ ଅଗଷ୍ଟ ୨୫ ତାରିଖରୁ ତିନି ଦିନ ଯାଏ ସଂସଦର ନୂତନ ଭବନରେ ସ୍ପେଶାଲ ସ୍କ୍ରିନିଂ କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆଜିଠାରୁ ସଂସଦ ଭବନରେ ସଦସ୍ୟମାନଙ୍କ ପାଇଁ ଦିନ ୧୧ଟାରୁ ସ୍ପେଶାଲ ସ୍କ୍ରିନିଂ ଆରମ୍ଭ ହୋଇଯାଇଛି। ସ୍କ୍ରିନିଂ ସମୟରେ ସିନେମାର ଷ୍ଟାରକାଷ୍ଟ୍ ମାନଙ୍କ ମଧ୍ୟରୁ କେହି ବି ଉପସ୍ଥିତ ନଥିବାର ସୂଚନା ମିଳିଛି।
ସୂଚନା ଅନୁସାରେ ସଂସଦ ଭବନରେ ସିନେମାର ସ୍କ୍ରିନିଂ ପାଇଁ ସଂସଦ ତରଫରୁ ଏକ ମେଲ୍ ମିଳିଥିଲା ବୋଲି ଏହି ସିନେମାର ନିର୍ମାତା ଅନିଲ ଶର୍ମା କହିଛନ୍ତି। ଏହି ମେଲ ପାଇବା ପରେ ପ୍ରକୃତରେ ନିଜକୁ ସମ୍ମାନିତ ଓ ଭାଗ୍ୟବାନ୍ ମନେ କରୁଛନ୍ତି ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ତାଙ୍କୁ କୁହାଯାଇଥିଲା , କିନ୍ତୁ କୌଣସି କାରଣ ବଶତଃ ସେ ଦିଲ୍ଲୀ ଯାଇ ପାରି ନାହାଁନ୍ତି। ସେ ଆହୁରି କହିଛନ୍ତି ଯେ, ଉପରାଷ୍ଟ୍ରପତି ମଧ୍ୟ ଏହି ସିନେମା ଦେଖିବାର ସମ୍ଭାବନା ରହିଛି ବୋଲି ମୁଁ ଶୁଣିବାକୁ ପାଇଛି।’
ନିକଟରେ ସନ୍ନି ଦେଓଲ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ‘ଗଦର-୨’କୁ ମିଳିଥିବା ଭଲପାଇବା ପାଇଁ ତାଙ୍କ ଫ୍ୟାନ୍ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ କହିବା କଥା ଅନୁଯାୟୀ ଏତେ କମ୍ ଦିନ ଭିତରେ ‘ଗଦର-୨’ ସିନେମା ୪୦୦କୋଟି ଟଙ୍କାରୁ ଅଧିକ ରୋଜଗାର କରିବ ବୋଲି ସେ କେବେ ଆଶା କରି ନଥିଲେ। ଏହାସବୁ ଆପଣମାନଙ୍କ ଭଲ ପାଇବା ପାଇଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। ‘ଗଦର୍ ୨’କୁ ନେଇ ସନ୍ନି ଦେୱଲ୍ ଓ ଅନୀଲ୍ ଶର୍ମା କରିଥିବା ପୋଷ୍ଟ ଏବେ ଭାଇରାଲ୍ ହେବାରେ ଲାଗିଛି।
BREAKING NEWS
- ଫୋନ ହଜିଯାଇଥିଲେ ଗୋଟିଏ ସେକେଣ୍ଟରେ ହେବ ବ୍ଲକ୍ ! Sanchar Saathiର ଏହି ୫ ଫିଚର୍ସ ଚୋର ପାଇଁ ବିପଦ
- Cold Storage: ରାଜ୍ୟରେ ଶୀତଳଭଣ୍ଡାର ପର୍ଯ୍ୟାପ୍ତ ଥିଲେ ଏବେ ଆଳୁ ସଙ୍କଟ ଉପୁଜି ନଥାନ୍ତା: ମନ୍ତ୍ରୀ
- ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
- Imran khan update : ଇମ୍ରାନଙ୍କୁ ଭେଟିଲେ ଭଉଣୀ, ଇମ୍ରାନ କହିଲେ ‘ମାରିବା ପାଇଁ ଚାଲିଛି ଷଡ଼ଯନ୍ତ୍ର’…
- ଗୋଟିଏ ଘଣ୍ଟା ଭଡ଼ାରେ ନେବାକୁ ଚାହୁଁଛନ୍ତି ହେଲିକପ୍ଟର ? ଜାଣନ୍ତୁ କେତେ ଟଙ୍କା ଦେବାକୁ ପଡ଼ିବ…
- Bangladeshis Detained: ବାଂଲାଦେଶୀ ସନ୍ଦେହରେ ୮ ଅଟକ, ଯାଞ୍ଚ କରୁଛି ପୋଲିସ
- Puri Temple Closed: ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୫ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ
- ଆଜିଠୁ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନାମ ପଞ୍ଜୀକରଣ: ଅନଲାଇନ କରିବେ ନା ଅଫଲାଇନ ଜାଣନ୍ତୁ…
- ୩୯ ପରିବାରକୁ ୨ ଲକ୍ଷ ଟଙ୍କା ଘୋଷଣା… ବଙ୍ଗଳାରେ SIR ଯୋଗୁଁ କେତେ ଲୋକଙ୍କ ମୃତ୍ୟୁ ହୋଇଛି, କେତେ BLO ପ୍ରଭାବିତ ହୋଇଛନ୍ତି?
- ସରକାରୀ ଟଙ୍କାରେ ବାବରୀ ମସଜିଦ ନିର୍ମାଣ କରିବାକୁ ଚାହୁଁଥିଲେ ନେହେରୁ, କିନ୍ତୁ ଏହି ନେତା ବାଧା ଦେଇଥିଲେ
Comments are closed.