ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଦିବଂଗତଂକ ସ୍ମୃତି-ଗାନ
ପାଇଁ ସଭାର ଆୟୋଜନ
କଲେ ହେଁ ସାହିତ୍ଯ ରସିକ
ବିମୁଖ ସାଧାରଣ ଲୋକ
ସଂସ୍ଥାର କର୍ମକର୍ତାଗଣ
ନିଜକୁ ନିଜେ ନିମଂତ୍ରଣ
କରିଲେ ନ ଥାଏ ବାରଣ
ଏ ଆମ ରାଜ୍ୟର ଲକ୍ଷଣ
କାର୍ଯାଳୟରେ ଉପସ୍ଥାନ
ନ ଦେଇ, ସଭାରେ ଭାଷଣ
ଦେବାକୁ ହୋଇଲେ ଆତୁର
ସାହିତ୍ଯ ହୁଏ ନାରଖାର
କେବଳ ଅତୀତ ବଂଦନା
ବ୍ୟତୀତ ନାହିଁ କିଛି ଜଣା
ଗୋଟିଏ କଥା ବାରଂବାର
କହିବା ଅଭ୍ୟାସ ତାଂକର
ଏତେ ବେଶି ପୁନରାବୃତ୍ତି
କରିଚାଲିଛି ଆମ କ୍ଷତି
ତେବେ ଚେଉଁନାହିଁ ଜାତି
ବଦଳୁନାହିଁ ମତିଗତି
ସାମାନ୍ୟ ପ୍ରସିଦ୍ଧି ଲାଳସା
ଯୋଗୁଁ ଏ ଭାଷାର ଦୁର୍ଦଶା
ଦିନକୁଦିନ ଯାଏ ବଢ଼ି
ଅଭ୍ୟାସ ପାରୁଁନାହୁଁ ଛାଡ଼ି
ଅନୁଷ୍ଠାନର କର୍ମକର୍ତା
ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା
ହେବାର ନୂଆ ପରଂପରା
ବ୍ୟାପିଗଲାଣି ରାଜ୍ୟ ସାରା
ନିଷ୍ଫଳା ହେଲେ ସୁଦ୍ଧା କାର୍ଯ
ତାହା ହିଁ ସବୁଠି ସ୍ବୀକାର୍ଯ
ହେବାରୁ ଭାଷାର ଉନ୍ନତି
କରିପାରୁନି ଦ୍ରୁତ ଗତି
ବଂଚାଇ ରଖିଅଛୁଁ ପ୍ରଥା
ବୁଝୁନୁ ଏବର ଅବସ୍ଥା
କେହି କରୁନାହାଂତି ଚିଂତା
ଏହା ହିଁ ନଗ୍ନ ବାସ୍ତବତା
ଚେଷ୍ଟାର ଗତି କଲେ ଦ୍ରୁତ
ଭାଷା ବି ହୋଇବ ଆୟତ୍ତ
ଯାହା କରେ ଭାଷାର ହିତ
ତା ସହ ହୋଇବା ଜଡ଼ିତ
ଲେଖକେ ନ ହେଲେ ସତର୍କ
ସ୍ବଭାଷା ହୁଏନି ସାର୍ଥକ
ଲୋକେ ଧରଂତି ଯେଉଁ ରାହା
ତାଂକର ଭାଷା ହୁଏ ତାହା
ନିର୍ଗୁଣ ସମୟ ସହିତ
ମଣିଷ ହୋଇଲେ ସଂପୃକ୍ତ
କରଇ କଳ୍ପନା ବିଳାସ
ନାହିଁ ଆରଂଭ କିଂବା ଶେଷ
ସମୟ ସହିତ ‘ ଦୁଃ ‘ କି ‘ ସୁ ‘
କେବେ ବି କେଉଁଠି ନ ମିଶୁ
ଯାହା ବି କରୁଁ ଯେତେବେଳେ
ତହିଁର ଫଳାଫଳ ମିଳେ
Comments are closed.