ମୁମ୍ବାଇ: ଫିଲ୍ମ ଯବାନକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡର କିଙ୍ଗ୍ ଖାନ୍ ଶାହାରୁଖ ଖାନ୍ । ଯବାନର କ୍ରେଜ ଦର୍ଶକଙ୍କୁ ଆକର୍ଷିତ କରିଛି । ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିଛନ୍ତି । ମଙ୍ଗଳବାର ଏହି ଫିଲ୍ମର ନୂଆ ଗୀତ ରିଲିଜ୍ ହୋଇଯାଇଛି । ଏହି ଗୀତରେ ଶାହାରୁଖ ଏବଂ ଅଭିନେତ୍ରୀ ନୟନତାରା ଦମଦାର ନୃତ୍ୟ କରିଛନ୍ତି । ଏହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।
ଏହି ଗୀତରେ ଶାହାରୁଖ ଖାନଙ୍କ ଭିନ୍ନ ଶୈଳୀ ଦେଖିବାକୁ ମିଳିଛି । ଗୀତକୁ ଅନିରୁଦ୍ଧ ରବିଚାନ୍ଦ, ବିଶାଲ ଦାଦଲାନି ଏବଂ ଶିଳ୍ପା ରାଓ ଗାଇଛନ୍ତି । ଏହାକୁ ଅନିରୁଦ୍ଧ ରଚନା କରିଛନ୍ତି । ଏହି ଗୀତରେ ପ୍ରଶଂସକମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଦେଇଛି । ଏଥିସହିତ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା ଟ୍ରେଲର ଆସନ୍ତା ୩୧ ତାରିଖରେ ରିଲିଜ ହେବାକୁ ଯାଉଛି । ଦୁବାଇରେ ଯବାନ ପାଇଁ ଏକ ମେଗା ଇଭେଣ୍ଟରେ ଏହାର ଟେଲର ଲଞ୍ଚ ହେବ । ଏଥିରେ ଶାହରୁଖ ଖାନ ଯୋଗ ଦେବେ ବୋଲି ଆଶା କରାଯାଉଛି ।
ଶାହରୁଖ ଖାନ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ମୁଁ ଅଗଷ୍ଟ ୩୧ ତାରିଖରେ ବୁର୍ଜ ଖଲିଫାକୁ ଆସୁଛି । ପ୍ରେମ ହେଉଛି ଦୁନିଆର ସବୁଠାରୁ ସୁନ୍ଦର ଅନୁଭବ । ତେଣୁ ଆସନ୍ତୁ ପ୍ରେମ ରଙ୍ଗରେ ରଙ୍ଗ ଦେବା ଏବଂ ନାଲି ରଙ୍ଗର ପୋଷାକ ପିନ୍ଧିବା, ଏଥିଲାଗି ସମସ୍ତେ ପ୍ରସ୍ତୁତ ରୁହନ୍ତୁ ।
Comments are closed.